ଓଡ଼ିଶା ଟାଇକୋଣ୍ଡା ଟିମରେ ବଡମାଧପୁରର ମୋହନ, ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଖେଳିବେ

ଛତ୍ରପୁର ତା ୨୩/୧୧/୨୫(ଅରୁଣ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡମାଧପୁର ଗ୍ରାମର ଧୀରେଶ୍ୱର ବିଦ୍ୟାପୀଠର ନବମ ଶ୍ରେଣୀର ଛାତ୍ର ଜଣେ ଓଡ଼ିଶା ଟାଇକୋଣ୍ଡା ଅଣ୍ଡେର୍ ସେଭେଣ୍ଟିନ୍ ଟିମ୍ ରେ ସ୍ଥାନ ପାଇଛନ୍ତି। ସେ ହେଲେ ବଡମାଧପୁର ଗ୍ରାମର ଏସ ସୂର୍ଯ୍ୟ ରେଡ୍ଡୀ ଙ୍କ ପୁତ୍ର ଏସ ମୋହନ ରେଡ୍ଡୀ। ଯାହା ଅଞ୍ଚଳ ପାଇଁ ଏକ ଗୌରବ ଆଣି ଦେଇଛନ୍ତି । ରବିବାର ଅନୁଷ୍ଠିତ ଅରୁଣାଚଳ ପ୍ରଦେଶରେ ହେଉଥିବା 69ତମ ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା ପ୍ରତିଯୋଗିତାରେ ଓଡିଶା ଟିମ୍ ଅଣ୍ଡେର୍ ସେଭେଣ୍ଟିନ୍ ଟିମ୍ ରେ ଖେଳିବେ। ଏଣୁ ଏହି ଅଞ୍ଚଳ ପାଇଁ ତଥା ବିଦ୍ୟାଳୟ ପାଇଁ ଏକ ଗୌରବର ବିଷୟ। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବା ସହ ଟିମ୍ ବିଜୟୀ ପାଇଁ ସମସ୍ତେ ପ୍ରାର୍ଥନା କରିଛନ୍ତି। ଏଥି ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ପାଣିଗ୍ରାହୀ ଓ ଗ୍ରାମବାସୀ ବିଜୟୀ କାମନା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି।
