March 12, 2026

ଗୀତଗୋବିନ୍ଦ ସଦନରେ ସମ୍ବର୍ଦ୍ଦିତ ହେଲେ ତିର୍ତ୍ତୋଲ ପ୍ରେସକ୍ଲବ ର ପଦାଧିକାରୀ !!

IMG-20250823-WA0073
Share

ତିର୍ତ୍ତୋଲ ::- ଗତ ୨୨ /୮/୨୫ ତାରିଖରେ ଭୁବନେଶ୍ୱର ସ୍ଥିତ ଗୀତଗୋବିନ୍ଦ ସଦନରେ ସମର୍ଥ ସମାଚାର ଚାନେଲ ର ଦ୍ଵିତୀୟ ବାର୍ଷିକ ଉତ୍ସବ ଓ ମାସିକ ଖବର କାଗଜର ଶୁଭ ଉନ୍ମୋଚନ ଉପଲକ୍ଷେ ବିଶେଷ ପ୍ରତିଭା ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଦିତ କରିଥିବାର ଦେଖିବାକୁ ମିଳିଛି ! ସମର୍ଥ ସମାଚାର ଚାନେଲ ର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଶ୍ରୀଯୁକ୍ତ ଭରତ ଭୂଷଣ ବେହେରା ଙ୍କ ଦ୍ୱାରା ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମନୋନୀତ ପ୍ରତିଭା ଙ୍କୁ ସ୍ପେଶାଲ ଆମନ୍ତ୍ରଣ କରା ଯାଇଥିଲା !ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ପ୍ରେସକ୍ଲବ ସଭାପତି ଶରତ କୁମାର ଦାଶ, ଉପସଭାପତି ରଞ୍ଜନ କୁମାର ମଲ୍ଲିକ, ସହ ସମ୍ପାଦକ ଭାଗବତ ପ୍ରସାଦ,କୋଷାଧକ୍ଷ କୈଳାସ ବେହେରା, ସଦସ୍ୟ ସନୱାର ଅଲ୍ଲୀଙ୍କୁ ମାନପତ୍ର, ପୁଷ୍ପ ଗୁଚ୍ଛ, ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା !ସମ୍ବର୍ଦ୍ଦିତ ପ୍ରତିଭା ହିସାବରେ ସମର୍ଥ ପରିବାର ଓ ପ୍ରତିଷ୍ଠାତା ଙ୍କୁ ବିଶେଷ କୃତଜ୍ଞତା ଅର୍ପଣ କରିଛନ୍ତି !

ସମୟରେ ହେଉ କି ଅସମୟରେ, ଦୁର୍ଦ୍ଦିନରେ ହେଉ କି ଦୁର୍ବିପାକରେ ହେଉ, ପ୍ରତ୍ୟେକ ଖବର କୁ ଘରେ ଘରେ ପହଞ୍ଚାଇବାରେ ସଫଳ ଭୂମିକା ବହନ କରୁଥିବା ଗଣମାଧ୍ୟମ , ଏଇ ଡିଜିଟାଲ ଦୁନିଆଁରେ ଖୁବ ପ୍ରଭାବ ବିସ୍ତାର କରି ପାରିଛି ବୋଲି ଆମନ୍ତ୍ରିତ ଅତିଥିମାନେ ନିଜ ନିଜର ମନ୍ତବ୍ୟ ରଖିଥିଲେ !ଏହି ଅବସରରେ ମନୋରଞ୍ଜନ ଗୀତସଙ୍ଗୀତ କାର୍ଯ୍ୟକ୍ରମ ହୋଇଥିଲା ! ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମଞ୍ଚ ଉଦଘାଟନ କରାଯାଇ, ଆବାହ ସଂଗୀତ ” ବନ୍ଦେ ଉତ୍କଳ ଜନନୀ ” ଗାନ କରାଯାଇ ଉତ୍କଳୀୟ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯାଇଥିଲା ! ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇ ଥିଲା !ପରିଶେଷରେ ସମ୍ବର୍ଦ୍ଦନା ଉତ୍ସବ ଅନୁଷ୍ଠିତ ହୋଇଥିଲା !ବହୁ ମାନ୍ୟଗଣ୍ୟ ବିଦ୍ୱାନ ଅତିଥିଙ୍କ ସହିତ ବହୁ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ମାନେ ସମର୍ଥ ସମାଚାର ମାହୋଲ କୁ ଉଚ୍ଚ ପ୍ରଶଂସା କରିଥିବାର ଦେଖିବାକୁ ମିଳିଥିଲା !!

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !