March 12, 2026

ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ୫୪ ୟୁନିଟ ରକ୍ତ ସଂଗ୍ରହ l

IMG-20250823-WA0071
Share

 

ଆଜି ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ଵରୀୟ ବିଶ୍ୱବିଦ୍ୟାଳୟ ତରଫରୁ ସାରା ଭାରତ ବର୍ଷ ରେ ଅଗଷ୍ଟ ୨୨ ଠାରୁ ଅଗଷ୍ଟ ୨୫ ପର୍ଯ୍ୟନ୍ତ ବିଶାଳ ରକ୍ତଦାନ ଶିବିର ଜିଲ୍ଲାର ସମସ୍ତ ଶାଖା ମାନଙ୍କରେ ଆୟୋଜନ କରାଯାଇଛି l ସଂସ୍ଥା ର ମୁଖ୍ୟ ପ୍ରଶାସିକା ଡ଼ଃ ପ୍ରକାଶ ମଣିଜୀକୀ ଙ୍କ ପୁଣ୍ୟତିଥି ରେ କରାଯାଇଥିବା ରକ୍ତଦାନ ଶିବିର ଗୁଡିକୁ ତାଙ୍କ ଉଦେଶ୍ୟ ରେ ଉତ୍ସର୍ଗ କରାଯାଇଅଛି lତାଙ୍କର ପୁର୍ଣ୍ୟତିଥି ଅଗଷ୍ଟ ୨୫କୁ ବନ୍ଧୁତ୍ୱ ଦିବସ ରୂପେ ସାରା ବିଶ୍ୱ ରେ ପାଳନ କରାଯାଉଛି ଏହି ଅବସର ରେ ଆଜି ସ୍ଥାନୀୟ ରାମଚଣ୍ଡି ସାହି ସ୍ଥିତ ଆଶ୍ରମ ପରିସର ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ଏହି ଶିବିର ରେ ପୁରୀ ମୁଖ୍ୟ ଚିକିତ୍ସାଳୟର ବ୍ଲଡ଼ ବ୍ୟାଙ୍କ ଅଫିସର ଡ଼ଃ ଦୀପକ କୁମାର ସାହୁ ମହୋଦ୍ୱୟ ଉଦ୍ଘାଟନ କରିଥିଲେ, ରକ୍ତଦାନ ଜୀବନ ଦାନ, ମହାପୂଣ୍ୟ ଏହି ସ୍ଲୋଗାନ ଦିଆଯାଇଥିଲା,ଏହି ରକ୍ତଦାନ ଶିବିର ରେ ଅନେକ ବର୍ଗ ର ସେବା ଧର୍ମୀ ବ୍ୟକ୍ତି ରକ୍ତଦାନ କରିଥିଲେ ଏହି ରକ୍ତଦାନ ଶିବିରରେ ୫୪ୟୁନିଟ ରକ୍ତ ସଂଗହ କରାଯାଇଥିଲା l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ