ବେଗୁନିଆ ଯୁବକ ସଂଘ ଦ୍ୱାରା ସଡକ ସୁରକ୍ଷା ଜିବନ ରକ୍ଷା ସଚେତନ ବାର୍ତ୍ତା ପ୍ରଚାର ..


ବେଗୁନିଆ(ମାନସ ରଞ୍ଜନ କର)ବେଗୁନିଆ ବ୍ଳକ ବେଗୁନିଆ ପତିତ ପାବନ ଯୁବକ ସଂଘ ତରଫରୁ ସଡ଼କ ସୁରକ୍ଷା ଜିବନ ରକ୍ଷା ବିଷୟରେ ଜନସାଧାରଣଙ୍କୁ ସଚେତନା ର ବାର୍ତ୍ତା ଦେଇଥିଲେ। ମୁଖ୍ୟଅତିଥି ଭାବରେ ଏସ.ଆଇ.ପ୍ରଦିପ୍ତା ରାଉତରାୟ ସମ୍ମାନୀତ ଅତିଥି ଭାବରେ
ଏଏସଆଇ ମନୋଜ କୁମାର ଶତପଥି ଯୋଗ ଦେଇ ଥିଲେ।ତାଙ୍କ ସହିତ ନୂଆ ସାହିର ସଭାପତି ପ୍ରଦିପ କୁମାର ଦାସ,ଜଗନ୍ନାଥ ମନ୍ଦିରର ସଭାପତି ଦୀନବନ୍ଧୁ ଦାସ, ସଂପାଦକ ଭାଗିରଥି ପରିଡା, ସଂଯୋଜକ ପ୍ରତାପ କୁମାର ସାହୁ, କନେଷ୍ଟବଳ ଅରବିନ୍ଦ ପ୍ରଧାନ, ପବନା ରାଉତ ଯୋଗ ଦେଇ ଥିଲେ।ସଂଗଠନ ର ସଭାପତି ରଶ୍ମି ଚାନ୍ଦ କର ଉପ ସଭାପତି ବିଶ୍ଵ ରଞ୍ଜନ ଦାସ,ସହ-ସଂପାଦକ ବଟକୃଷ୍ଣ ମହାପାତ୍ର,କୋଷାଧ୍ୟକ୍ଷ ଲକ୍ଷ୍ମୀଧର ସାହୁ, ଅଶ୍ୱିନି,ମୁନା,ଜଜ,ସାନୁ, ପୁପୁନୁ,ସପନି,ମିକା,ଜ୍ୟୋତି, ନାଲୁ,ପ୍ରସାନ୍ତ,ବିକି,ବାପି,ଯାପୁ, ଶିବାନି,ଅର୍ଜୁନ,କାବୁ ସମସ୍ତେ
ଉପସ୍ଥିତ ଥିଲେ।କ୍ଳବ ର ସଂପାଦକ ଗଙ୍ଗାଧର ମାର୍ଥା ଶାନ୍ତି ଶୃଙ୍ଖଳାର ସହିତ ଏନ.ଏଚ.୫୭ ରହି ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରି ମାନଙ୍କୁ ଧରି ସଚେତନତା କାର୍ଯ୍ୟକ୍ରମ କରାଇଥିଲେ।
