March 12, 2026

ମେଟ୍ରିକ ବୋର୍ଡ ପରୀକ୍ଷା ରେ ଏ ଗ୍ରେଡ଼ ପାଇଁ ଜିଲ୍ଲା ପ୍ରଶାସନ ର କସରତ

IMG-20260122-WA0145
Share

 

କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ସହଯୋଗ ରେ ଜ୍ଞାନନ୍ଦୀପକାଯ୍ୟକ୍ରମ ମାଧ୍ୟମରେ ଜିଲ୍ଲା ର ମେଟ୍ରିକ ବୋର୍ଡ ପରୀକ୍ଷା ଦେବାକୁ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏ ଗ୍ରେଡ଼ ପାଇବା ପାଇଁ ଏକ ପାଞ୍ଚଦିନିଆ ପ୍ରଶିକ୍ଷଣ କାଯ୍ୟକ୍ରମ କରିଥିଲେ l ପିଲାମାନେ ଖାଇବା ରହିବା ଠୁ ଆରମ୍ଭ କରି ଯୋଗଶିକ୍ଷା ଯାଏଁ ସବୁ ପ୍ରକାର ବିଷୟବସ୍ତୁ ସାମିଲ କରାଯାଇଥିଲା ଏପରିକି ଅଭିଜ୍ଞତା ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ଏଥିରେ ସାମିଲ ହୋଇ ପିଲାଙ୍କୁ ଶିକ୍ଷା ପ୍ରଦାନ କରୁଥିବାବେଳେ ପିଲାଙ୍କୁ ପରୀକ୍ଷା ବିକରାଯିବାର ବ୍ୟବସ୍ଥା କରାଯାଇଥିଲା l ଏହି କାଯ୍ୟକ୍ରମ ରେ ଜିଲ୍ଲା ଶିକ୍ଷାବିଭାଗ ର ବରିଷ୍ଠ ପଦାଧିକାରୀ ଏଥିରେସାମିଲ ହୋଇ କାଯ୍ୟକ୍ରମ କୁ ତଦାରଖ କରିଥିଲେ l ଏପରିଜି ଖୋଦ କୋରାପୁଟ ଜିଲ୍ଲା ପାଳ ମନୋଜ ସତ୍ୟବାନ ମହାଜନ ନିଜେ ପିଲାଙ୍କ ସହ ମିଶି ଭାବ ବିନିମୟ କରିବା ସହ ଆଗାମୀ ମେଟ୍ରିକ ପରୀକ୍ଷା ରେ ଏ ଗ୍ରେଡ଼ ରେ ସମସ୍ତେ ଉତୀର୍ଣ୍ଣ ହେବାକୁ ପିଲାଙ୍କୁ ପରାମର୍ଶ ଦେବା ସହ ଆଶାବ୍ୟକ୍ତ କରିଥିଲେ l (ଗୁପ୍ତେଶ୍ୱର ରଥ କୋରାପୁଟ)