ବି କୋଟି ବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଗାଙ୍ଗପୁର, ୨୨/୦୧, ସୋରଡ଼ା ବ୍ଳକ୍ ଅନ୍ତର୍ଗତ ବି କୋଟିବାଡ଼ି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ସନାତନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ସୋରଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶୃଙ୍ଖଳା ଜ୍ଞାନ ଏବଂ ଭବିଷ୍ୟତ ମାର୍ଗ ଦର୍ଶାଇଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକରୀ ପିତାମ୍ବର ନାୟକ ଯୋଗ ଦେଇଥିଲେ I ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିଥିବାବେଳେ ସଂସ୍କୃତ ଶିକ୍ଷକ ଶ୍ୟାମ ଘନ ଗୌଡ଼ ବେଦମନ୍ତ୍ର ପାଠ କରିଥିଲେ I ଏଥିରେ ସମ୍ମାନିତ ଅତିଥି ରୂପେ ସୋରଡ଼ା ଏବିଇଓ ବିଜୟ ମଣ୍ଡଳ, ବିଜ୍ଞାନ ଶିକ୍ଷକ ନୀଳାମ୍ବର ଖୁରା, ସିଆରସିସି କାହ୍ନୁଚରଣ ପ୍ରଧାନ,ବିଦ୍ୟାଳୟ ପରି ଚାଳନା କମିଟି ସଭାପତି ମନୋରଞ୍ଜନ ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲେ I ଶିକ୍ଷକ ଶ୍ୟାମ ଘନ ଗୌଡ଼, ସମୀର କୁମାର ଜେନା, ଗୋଲକ ବିହାରୀ ପ୍ରଧାନ, ନମିତା କୁମାରୀ ପଟ୍ଟନାୟକ, ମାମା ପ୍ରଧାନ, ଚନ୍ଦନ ସାହୁ, ବିଜୟ କୁମାର ବେହେରା, ବିଶ୍ୱରଞ୍ଜନ ସ୍ଵାଇଁ, ଜଗନ୍ନାଥ ମଲ୍ଲିକ, ଝୁନା ପାଇକ, ସୁପ୍ରଭା ଗୌଡ଼ ସହଯୋଗ କରିଥିଲେ I ଶିକ୍ଷକ ଶ୍ୟାମ ଘନ ଗୌଡ଼ ଏବଂ ସମୀର କୁମାର ଜେନା ମଞ୍ଚ ପରି ଚାଳନା କରିଥିଲେ I
