March 12, 2026

ମୋହନାରେ ଲୋକ ଅଧିକାର ଯାତ୍ରା: ଜଳ, ଜମି ଓ ଜଙ୍ଗଲ ଉପରେ ସାଧାରଣ ଲୋକଙ୍କ ଅଧିକାର ଏବଂ ବିକାଶ ନାମରେ ବିନାଶ ଲୀଳା ବନ୍ଦ କରିବାକୁ ଆହ୍ୱାନ 

IMG-20260311-WA0035
Share

 

ମୋହନା (ଜୁନେସ ଶବର ), ତା୧୧/୦୩: ପ୍ରକୃତି ପରିବେଶ ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ଗତ ୨୫ ଫେବୃଆରୀ ଠାରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ଠାରୁ ବାହାରିଥିବା ଲୋକ ଅଧିକାର ଯାତ୍ରା ଆଜି ଗଜପତି ଜିଲ୍ଲାର ମୋହନା ବ୍ଲକ ମହକୁମାରେ ପହଞ୍ଚିଛି। ଶ୍ରମଜୀବୀ ଏକତା ଅଭିଯାନର ସଦସ୍ୟମାନେ ମୋହନା ହାଇସ୍କୁଲ ଛକରେ ଲୋକ ଅଧିକାର ଯାତ୍ରାକୁ ସ୍ୱାଗତ କରିବା ପରେ ସେମାନେ ଏକ ଶୋଭାଯାତ୍ରାରେ ମୋହନା ତହସିଲ ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ମୋହନା ବାର୍ ଆସୋସିଏସନ୍ ର ବରିଷ୍ଠ ସଦସ୍ୟ ଦୂର୍ଯ୍ୟୋଧନ କରଡା, ସୀମାଞ୍ଚଳ କାର୍ଯୀ(ଉପ- ସଭାପତି), ଉଦୟ ମଲ୍ଲିକ (ସଂପାଦକ, ଓଡ଼ିଶା ଶ୍ରମଜୀବୀ ଏକତା ମଞ୍ଚ), କମଳ ମଲ୍ଲିକ, ସିରିଏଲ୍ ନାୟକ, ୟୁ. ରାଜେନ୍ଦ୍ର ଦୋରା ପ୍ରମୁଖଙ୍କ ନେତୃତ୍ୱରେ ଲୋକ ଅଧିକାର ଯାତ୍ରାକୁ ସ୍ୱାଗତ କରାଯାଇଥିଲା।

ତହସିଲ ଅଫିସ୍ ସମ୍ମୁଖରେ

ଲୋକ ଅଧିକାର ଯାତ୍ରାର ଅଧ୍ୟକ୍ଷ ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଜନ ଆନ୍ଦୋଳନ ମାନଙ୍କର ରାଷ୍ଟ୍ରୀୟ ସମନ୍ୱୟ

(ଏନ୍.ଏ.ପି.ଏମ୍)ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ନେତା ଲିଙ୍ଗରାଜ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଷ୍ଟ୍ରୀୟ ସଂଯୋଜକ ଡା. ବିଶ୍ୱଜିତ୍ ପ୍ରମୁଖ ସାମ୍ବାଦିକ ମାନଙ୍କୁ ଲୋକ ଅଧିକାର ଯାତ୍ରାର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଲୋକଶକ୍ତି ଅଭିଯାନର ନେତା ତଥା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଥିଲେ ଯେ ସରକାର ଜଳ ଜମି ଓ ଜଙ୍ଗଲ କୁ ପୁଞ୍ଜିପତି ଓ କର୍ପୋରେଟ ହାତରେ ଟେକି ଦେବାକୁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ଛନ୍ତି। ସୁପ୍ରିମକୋର୍ଟ ଗ୍ରାମସଭାର ଗୁରୁତ୍ୱକୁ ସ୍ୱୀକାର କରିଥିବା ବେଳେ ଏବଂ ସମ୍ବିଧାନ ତଥା ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାକୁ ମର୍ଯ୍ୟାଦା ଦିଆଯାଇଥିବା ବେଳେ ସରକାର ଗ୍ରାମସଭାକୁ ଖାତିର ନକରି ଦେଶୀ ବିଦେଶୀ କମ୍ପାନୀକୁ ସମସ୍ତ ପ୍ରାକୃତିକ ସଂପଦକୁ ବିକ୍ରି କରି ଚାଲିଛନ୍ତି। ପ୍ରାକୃତିକ ସଂପଦର ଲୁଣ୍ଠନ କରି କୌଣସି ଭାବେ

ବିକାଶ ହୋଇପାରିବ ନାହିଁ। ଏହା ବିକାଶ ନାମରେ ବିନାଶ ଲୀଳା ବୋଲି ସେ ଅଭିଯୋଗ କରିଥିଲେ।

ଲୋକ ଅଧିକାର ଯାତ୍ରା ପ୍ରକୃତି ଓ ପରିବେଶର ସୁରକ୍ଷା ପାଇଁ ଏବଂ ଜୀବନ ଜୀବିକାର ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଆସନ୍ତା ୨୯ ମାର୍ଚ୍ଚରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଫାଶୀ ଦିବସ ଅବସରରେ ଭୁବନେଶ୍ୱର ରେ ଆୟୋଜିତ ହେଉଥିବା ଲୋକ ଅଧିକାର ସମାବେଶ ରେ ଯୋଗଦେବାକୁ ଏକ ବିକଳ୍ପ ବିକାଶଧାରା ତଥା ବିକାଶ ନୀତି ସଂପର୍କରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ଲୋକ ଅଧିକାର ଯାତ୍ରାର ନେତୃବୃନ୍ଦ ଆହ୍ୱାନ ଦେଇଥିଲେ। ଉପରୋକ୍ତ ନେତୃବୃନ୍ଦଙ୍କ ବ୍ୟତୀତ ଏହି ଯାତ୍ରାରେ କଲ୍ୟାଣ ଆନନ୍ଦ(ଲୋକ ଶକ୍ତି ଅଭିଯାନର ରାଜ୍ୟ ସମ୍ପାଦକ)

,ନାଚିକା ଲିଙ୍ଗା- (ଚାଷୀମୂଲିଆ ଆଦିବାସୀ ସଂଘ ନେତା- ନାରାୟଣ ପାଟଣା, ଲକ୍ଷ୍ମଣ ନାୟକ- ମା ମାଟି ମାଳି ସୁରକ୍ଷା, ମଞ୍ଚ, (କାଶୀପୁର)

ରାଜକିଶୋର, ସୁରେଶ ସଂଗ୍ରାମ,ଉପେନ୍ଦ୍ର ଦ୍ରାବିଡ଼ (ସମାଜବାଦୀ ଜନ ପରିଷଦ), କୃଷ୍ଣ ସିକକା – (ନିୟମଗିରି ସୁରକ୍ଷା ସମିତି ), ସର୍ବେଶ୍ଵର ସାହୁ- (ଗବେଷକ) , ବିଜୟ ସିଙ୍କୁ-(ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ),ସୁକାନ୍ତ ପ୍ରଧାନ- (ସମଦୃଷ୍ଟି ମିଡ଼ିଆ ପ୍ରତିନିଧି), ସ୍ରାବୁ ସିକକା(ନିୟମଗିରି ସୁରକ୍ଷା ସମିତି),

ସାଗର ମିଶ୍ର ପ୍ରମୁଖ ଯୋଗ ଦେଇ ଓଡିଶା ର ଲୋକଙ୍କୁ ସଚେତନ ଲୋକ ଅଧିକାର ଯାତ୍ରା ମାଧ୍ୟମରେ କରୁଥିବା ଦେଖିବାକୁ ମିଳିଛି ।