ରାୟଗଡା ଜ଼ିଲ୍ଲା ରେ ବିଜେଡି ର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ
ରାୟଗଡା : ଗତ ସାଧାରଣ ନିର୍ବାଚନ ରେ ରାଜ୍ୟରେ ବିଜେଡି ର ପରାଜୟ ବରଣ ପରେ ଦଳ କୁ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇ କିପରି ମଜବୁତ ହେବ ସେଥିପାଇଁ ଦଳର ସଦସ୍ୟ କୁ ବଢାଇବା ଲକ୍ଷ ରେ ରାଜ୍ୟ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁ ଜୟନ୍ତୀ ଅବସରରେ ଅଭାସି ମାଧ୍ୟମରେ ବିଜେଡି ର ସଦସ୍ୟତା ଅଭିଯାନ ର କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l ଏହି ଭୁବନେଶ୍ୱର ରେ ଆରମ୍ବ ହେବାପରେ ରାୟଗଡା ଜ଼ିଲ୍ଲା ବିଜେଡି ପକ୍ଷରୁ ରାୟଗଡା ସହର ର ହୋଟେଲ ତେଜସ୍ୱୀ ପଡିଆ ଠାରେ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲା ବିଜେଡି ସଭାପତି ଏନ ଭାସ୍କର ରାଓ ନେତୃତ୍ୱ ରେ ଆୟୋଜିତ ହୋଇଥିଲା l ଜ଼ିଲ୍ଲା ରେ ଏକ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ଦଳ ର ଲକ୍ଷ୍ୟ ବୋଲି ଜଣାପଡିଛି l ଏଥି ସହିତ ଏହି ମାସ ର ତୃତୀୟ କିମ୍ବା ଚତୁର୍ଥ ସପ୍ତାହ ରେ ଜ଼ିଲ୍ଲା ରେ ବିଜେଡି ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ଖବର ମିଳିଛି l. ଗତ ସାଧାରଣ ନିର୍ବାଚନ ରେ ଜ଼ିଲ୍ଲା ରେ ବିଜେଡି ର ଶୋଚନୀୟ ପରାଜୟ ହୋଇଥିଲା ସେଥିପାଇଁ ମଧ୍ୟ୍ୟ କିଛି ମାନସ ମନ୍ଥନ ହୋଇଥିଲା l ଜନସାଧାରଣ କାହିଁକି ଦଳ ପ୍ରତି ବିମୁଖ ହୋଇ ବିଜେଡି ବିପକ୍ଷ ରେ ମତ ଦେଲେ ସେଥିପାଇଁପୁଣି ଥରେ ଜନସାଧାରଣ ଙ୍କ ବିଶ୍ୱାସ ଭାଜନ ହୋଇ ଦଳ କୁ ମଜବୁତ କରିବା ପାଇଁ ନୂତନ ସଭ୍ୟ କୁ ଦଳ ରେ ସାମିଲ କରିବା ପାଇଁ ଏହି ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ବୋଲି ପୂର୍ବତନ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି l ଚଳିତ ଥର ଜ଼ିଲ୍ଲା ରର ଏକ ଲକ୍ଷ ସଭ୍ୟ ସଂଗ୍ରହ ପାଇଁ ପ୍ରତି ଗାଁ କୁ ଯାଇ ତୃଣମୂଳସ୍ତର ରୁ ଏହି ସଭ୍ୟ ସଂଗ୍ରହ ପାଇଁ ଦଳ ର ସୁପ୍ରିମୋ ଙ୍କ ନିର୍ଦେଶ ଓ ଏଥି ସହିତ ନବୀନ ପଟ୍ଟନାୟକ କହିଛନ୍ତି ଜେ ସଭ୍ୟ ସଂଗ୍ରହ ଅଭିଯାନ ଗୁଟେ ରାଜନୈତିକ ଦଳ ର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ l ମୁଁ ଚାହେଁ ଆମ ଦଳ ର ପ୍ରତ୍ୟକ ସକ୍ରିୟ ସଭ୍ୟ ମାନେ ଘର କୁ ଘର ଯାଇ ଦଳର ଆଦର୍ଶ ଦଳର କାର୍ଯ୍ୟକ୍ରମ ବିଷୟରେ ଲୋକଙ୍କୁ ବୁଝାନ୍ତୁ ଓ ଲୋକଙ୍କ ମତ ନେଇ ଦଳରେ ସାମିଲ କରିବା ନିମନ୍ତେ ଚେଷ୍ଟା କରନ୍ତୁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଆଦେଶ ବୋଲି ସାରକା କହିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଜେଡି ଜ଼ିଲ୍ଲା ସଭାପତି ସୁଧୀର ଦାସ, ରାୟଗଡା ବିଧାୟକ ପ୍ରାର୍ଥୀନୀ ଅନୁସୟା ମାଝୀ, ଗୁଣୁପୁର ବିଧାୟକ ପ୍ରାର୍ଥୀ ରଘୁନାଥ ଗମାଙ୍ଗ ଙ୍କ ଦେଖାମିଳିନଥିଲସ l ଆଜିର ଏହି କାର୍ଯ୍ୟକ୍ରମ ରେପୂର୍ବତନ ମନ୍ତ୍ରୀ ଲାଲ ବିହାରୀ ହିମରିକା, ପୌର ଅଧକ୍ଷ ମହେଶ ପଟ୍ଟନାୟକ,ପୂର୍ବତନ ଜ଼ିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା, ତିରୁପତି ବନାଗଡି, ଅଶୋକ ହିକକା, କାଶୀପୁର ବ୍ଲକ ଅଧକ୍ଷ କଣ୍ଠ ମାଝୀ,ମଦରାଓ କୋଣ୍ଡାଗିରି, ଜି ଶ୍ରୀନିବାସ, ଙ୍କ ସମତେ ରାୟଗଡା ପୌର ପରିଷଦ ର କାଉନସିଲେର, ଙ୍କ ସମତେ କିଛି ମିଶନ ଶକ୍ତି ଗ୍ରୁପ ର ମହିଳା ଙ୍କ ସମତେ ପ୍ରାୟ 300 କର୍ମୀ ଉପସ୍ଥିତ ରହିଥିବା ରେ ଦେଖାଯାଇଥିଲା l ଏହି ସଭା କାର୍ଯ୍ୟକ୍ରମ ରେ ବହୁ କର୍ମୀ ମାନେ ରାୟଗଡା ଜ଼ିଲ୍ଲା ରେ ବିଜେଡି ଦଳ ପ୍ରଥମେ ସବୁନେତା ଏକାଠି ହୋଇ ଦଳ ପାଇଁ କାମ କରିବା ର ଅଛି କିନ୍ତୁ ତାହା ଆମ ଜ଼ିଲ୍ଲା ରେ ଅଭାବ ନେତା ମାନେ ପରସ୍ପର କୁ ଆଗୁଳି ନିର୍ଦେଶ କରି ଚାଲିଛନ୍ତି ଏହା ଦଳ ପାଇଁ ଭବିଷ୍ୟତ ରେ ଶୁଭଙ୍କର ନୁହେଁ ବୋଲି ଆଲୋଚନା କରିବାର ଶୁଣିବାକୁ ମିଳିଥିଲା l
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ
