ଜନସ୍ବାସ୍ଥ୍ୟ ବିଭାଗ ପାଲଟିଛି ଭୂତକୋଠି ନିଦା ବିଷ୍ଣୁ ରୂପରେ କନିଷ୍ଠ ଯନ୍ତ୍ରୀ !

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ସରକାରଙ୍କ ଜନସ୍ବାସ୍ଥ୍ୟ ବିଭାଗ ରହିଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ମଧ୍ୟ ରହିଛି । ପୂର୍ବରୁ ଏହି କାର୍ଯ୍ୟାଳୟ ଜଙ୍ଗଲ ଆବୃତ୍ତ ହୋଇ ରହିଥିଲା । ବର୍ତ୍ତମାନ ନୂତନ କୋଠା ନିର୍ମାଣ କରାଯାଇଛି । ହେଲେ ଚତୁରତାର ସହ ବିଭାଗ କାର୍ଯ୍ୟ କରୁଛି । ଏହି କାର୍ଯ୍ୟାଳୟ ରେ ନା ଅଛି ନାମ ଫଳକ ନା କାର୍ଯ୍ୟାଳୟ ବୋଲି କେଉଁଠି ଲେଖା ଯାଇଛି । ସାଧାରଣ ଲୋକଟିଏ ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ଖୋଜିଲେ ମଧ୍ୟ ପାଉ ନାହାଁନ୍ତି । ଗତ 2022 ରୁ କାର୍ଯ୍ୟାଳୟ ରେ ନାମ ଫଳକ ନ ଥିବା ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳଯୋଗାଣ ରେ ମଧ୍ୟ ବିଭାଗ ବିଫଳ ହୋଇଛି । କେଉଁଠି କୁ ପାଣି ଯାଉ ନାହିଁ ତ, ଆଉ କେଉଁଠି ପାଣି ପାଇପ ଫାଟି ଜଳ ଅପଚୟ ହେଉଛି । ଲୋକଙ୍କୁ ମାସିକ ବିଲ ନ ଦେଇ କର ଆଦାୟ କରାଯାଉଥିବା ଅଭିଯୋଗ ହେଉଛି । ପାଣି ବ୍ୟବହାର କରନ୍ତୁ କି ନ କରନ୍ତୁ କର ଦେବାକୁ ଲୋକଙ୍କୁ ବାଧ୍ୟ କରୁଛି ବିଭାଗ । ଏଠାରେ ଯେଉଁ କନିଷ୍ଠ ଯନ୍ତ୍ରୀ କାର୍ଯ୍ୟ କରୁଛନ୍ତି ସେ ନିୟମିତ କାର୍ଯ୍ୟାଳୟ ରେ ରହୁ ନ ଥିବା, କିମ୍ବା ଫୋନ କଲେ ଗ୍ରହଣ କରୁ ନଥିବା ଅଭିଯୋଗ ହେଉଛି । ତମାମ ସମସ୍ୟା ସମ୍ପର୍କରେ ଉକ୍ତ କନିଷ୍ଠ ଯନ୍ତ୍ରୀ ଙ୍କ ସାକ୍ଷାତ କରିବାରେ ବିଫଳ ହେବାରୁ ଫୋନ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଯନ୍ତ୍ରୀ ମହୋଦୟ ଫୋନ ଗ୍ରହଣ କରିନଥିଲେ ।
କେବେ ସୁଧାର ଆସିବ ଜନସ୍ବାସ୍ଥ୍ୟ ବିଭାଗ କେବେ ଉପକୃତ ହେବେ ସାଧାରଣ ଲୋକେ ତାହା ଦେଖିବାକୁ ରହିଛି ।
