ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବେସ୍ଥାସେବୀ ଅଧିଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବେସ୍ଥାସେବୀ ଅଧିଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ।
ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବେଚ୍ଛାସେବୀ ଅଧିଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାରେ ଯୋଗ ଦେଇଥିବା ନୂତନ ସ୍ବେଚ୍ଛାସେବୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ଆହ୍ବାନ ଦେଇଥିଲେ । ସମାଜରେ ପରିର୍ବତ୍ତନ ଆଣିବାରେ ଯୁବଶକ୍ତି ପ୍ରମୂଖ ଭୂମିକା ଗ୍ରହଣ କରିଥିବା ବେଳେ ବିଶ୍ବବିଦ୍ୟାଳୟ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀମାନେ ସେବାକୁ ଏକ ବ୍ରତ ଭାବେ ପାଳନ କରି ବିଶ୍ବବିଦ୍ୟାଳୟର ଗୌରବ ବୃଦ୍ଧି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ଜାତୀୟ ସ୍ତରରେ ବିଶ୍ବବିଦ୍ୟାଳୟ ଖ୍ୟାତି ବୃଦ୍ଧି କରିବା ଦିଗରେ ଏନଏସଏସ କାର୍ଯ୍ୟକରିବାକୁ ପ୍ରରଣା ଦେଇଥିଲେ । ଜାତୀୟ ସେବା ଯୋଜନାର ପ୍ରଶିକ୍ଷଣ ଅଧିକାରୀ ନିରୋଦ ବରଣ ଖୁଣ୍ଟିଆ ସମ୍ମାନୀତ ଅତିଥିଭାବେ ଯୋଗ ଦେଇ ସ୍ବେସ୍ଥାସେବୀଙ୍କୁ ଉତ୍ସାହିତ କରିବା ସହ ଏନଏସଏସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ବିଭିନ୍ନ କାର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ କନକ ନ୍ୟୁଜର ବରିଷ୍ଠ ସମ୍ବାଦିକ ଅନୁଜ ଦାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଚରିତ୍ର ଗଠନରେ ଏନଏସଏସ ର ଭୁମିକା ସଂପର୍କରେ ସ୍ବେସ୍ଥାସେବୀଙ୍କ ସହ ଆଲୋଚନା କରିଥିଲେ । ସେବା ମାଧ୍ୟମରେ ବ୍ୟକ୍ତିତ୍ବର କିପରି ବିକାଶ ହୋଇପାରିବ ସେନେଇ କାର୍ଯ୍ୟ କରିବାକୁ ଶ୍ରୀଯୁକ୍ତ ଦାସ ସ୍ବେସ୍ଥାସେବୀଙ୍କୁ ପରାମର୍ଶ ଦେଇଥିଲେ ।ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନା ପକ୍ଷରୁ ସ୍ବେସ୍ଥାସେବୀଙ୍କ ଭୂମିକାକୁ ଉଚ୍ଚପ୍ରଶଂସା କରିବା ସହ ସୁସ୍ଥ ଶୈକ୍ଷଣିକ ପରିବେଶ ସୃଷ୍ଟି ଦିଗରେ ସ୍ବେସ୍ଥାସେବୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ । ବିଶ୍ବବିଦ୍ୟାଳୟ ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଡାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରୁ ଦୁଇଶହରୁ ଅଧିକ ଛାତ୍ରଛାତ୍ରୀ ଏସଏସଏସରେ ଯୋଗଦାନ କରିବା ସହ ସ୍ବେସ୍ଥାସେବୀ ଭାବେ କାର୍ଯ୍ୟ କରିବା ପାଇଁ ଶପଥ ପାଠ କରିଥିଲେ । ଅଧିଗ୍ରହଣ କାର୍ଯ୍ୟକ୍ରମ ନୂତନ ଭାବେ ଯୋଗ ଦେଇଥିବା ସ୍ବେସ୍ଥାସେବୀଙ୍କୁ ଜାତୀୟ ସେବା ଯୋଜନାର ବିଭିନ୍ନ କାର୍ଯ୍ୟକ୍ରମ ଏହାର ଉଦ୍ଦେଶ୍ୟ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାସହ ସ୍ବେସ୍ଥାସେବୀଙ୍କ ଭୂମିକା ସଂପର୍କିତ ଏକ ଡାୟରୀ ବଣ୍ଟନ କରାଯାଇଥିଲା । ଏନଏସଏସ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଇତିଶ୍ରୀ ଗୀତାମୁକାରୀ କାର୍ଯ୍ୟକ୍ରମ ସଂଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଅଧିକାରୀ ଶକ୍ତିରଞ୍ଜନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶଂକରର୍ଷଣ ମଲ୍ଲିକ , ସୌମ୍ୟଶ୍ରୀ ସାହୁ ପ୍ରମୂଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ କ୍ରୀଡା ସଂସଦର ସଂପାଦକ ତଥା ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଗଣେଶ ସେଠୀଙ୍କ ସହ ବହୁ ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗ ଦେଇଥିଲେ । ଏନଏସଏସ ପକ୍ଷରୁ ଅକ୍ଟୋବର 10 ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।
