September 13, 2026

ଓଡ଼ିଶା ଷ୍ଟାଫଅପ୍ ଯାତ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ

IMG-20231009-WA0039
Share

ଓଡ଼ିଶା ଷ୍ଟାଫଅପ୍ ଯାତ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଆୟୁଷ+୩ମହାବିଦ୍ୟାଳୟ ରାମନାଗୁଡା ଠାରେ ଓଡିଶା ଷ୍ଟାଟଅପ ଯାତ୍ରା ରଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଏମଏସଏମଇ ବିଭାଗ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବ୍ୟସାଚୀ ସାହୁ ଆଇପିଓ , ଚିତ୍ତରଞ୍ଜନ ମଲ୍ଲିକ ଡିଆଇସି ରାୟଗଡ଼ା, ଦେବାଶିଷ ମହାନ୍ତି ଡିଏଲସି ଗୁଣୁପୁର କିଟ୍ ଭୁବନେଶ୍ୱର ଭାବତୋଷ ଲେଙ୍କା,ଅମିତ କୁମାର ଋଥ ଟେକିନିକାଲ ଏକ୍ସପଟ,କିଟ୍ କଲେଜ ଭୁବନେଶ୍ବର ସୁନିଲ ପଟ୍ଟନାୟକ,ରାମନାଗୁଡା ଥାନା ଅଧିକାରୀଣୀ ସୁନିତା ବେହେରା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପୁଷ୍ପଗୁଚ୍ଛ ଦେଇ ଅତିଥିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯବା ସହ ଆୟୁଷ ମହାବିଦ୍ୟାଳୟ ଅଧ୍ୟକ୍ଷ ରବି କୁମାର ଚୋଧୁରୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଛାତ୍ରଛାତ୍ରୀ ମାନଙ୍କୁ ଷ୍ଟାଟଅପ ଯାତ୍ରା ସମ୍ବନ୍ଧରେ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ।ତେବେ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଏକ ଛୋଟ ଶିଳ୍ପ ଅନୁଷ୍ଠାନ ତିଆରି କରି ନିଜେ ରୋଜଗାର କ୍ଷମ ହେବା ଅନେକ ବ୍ୟକ୍ତି ନିମନ୍ତେ ରୋଜଗାର କ୍ଷମ ହୋଇପାରିବେ ବୋଲି କହିଥିଲେ। ଏହା ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଜମିବା ସହ ଏଥିରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ସହଯୋଗ କରିଥିଲେ।ଏହାକୁ ବିଦ୍ୟାଳୟ ଅଧକ୍ଷ ରବିଚୈଧୁରୀ ପରିଚାଳନା କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା