ଇଓଙ୍କ ବଦଳି ପ୍ରତିବାଦରେ ପୁଣି ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ସ୍ୱୟଂସହାୟକ ମହିଳା ଗୋଷ୍ଠୀ,
ଇଓଙ୍କ ବଦଳି ପ୍ରତିବାଦରେ ପୁଣି ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେଲେ ସ୍ୱୟଂସହାୟକ ମହିଳା ଗୋଷ୍ଠୀ,
====================
ଗଞ୍ଜାମ =ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ଏନଏସି ଇଓ ଅବିନାଶ ମିଶ୍ରଙ୍କୁ ବଦଳିକୁ ତିନି ଦିନ ବିତିଲlଣି l କିନ୍ତୁ ପ୍ରତିବାଦର ସ୍ୱର କମିନାହିଁ l ସୋମବାର ପୁଣି ମହିଳା ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଏନଏସି ମୁଖ୍ୟ ଫାଟକରେ ତାଲା ଠୁଙ୍କି ବାହାରେ ଧାରଣା ଦେଇଥିଲେ l ଫଳରେ ନୂତନ ଭାବେ ଦାୟିତ୍ୱ ନେଇଥିବା ଛତ୍ରପୁର ଇଓ, ଓ ଏନ. ଏ. ସି ଅଧକ୍ଷା ଭିତରେ ରହିଥିବା l ଖବର ପାଇଁ ଗଞ୍ଜାମ ଥାନା ମହିଳା ସେକେଣ୍ଡ ଅଫିସର ସୁପ୍ରଭା ସାହୁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଆନ୍ଦୋଳନ କାରୀ ଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ଶୁଣି ନଥିଲେ l ପରେ ଏନଏସି ସିଓ ସ୍ୱପ୍ନା ରାଣୀ ମହାପାତ୍ର, ସିଏମଏମ ଭାଗ୍ୟଶ୍ରୀ ନାୟକ ଫାଟକ ନିକଟକୁ ଆସି ମହିଳା ଗୋଷ୍ଠୀଙ୍କ ସହ ଆଲୋଚନା ପରେ ଫାଟକ ଖୋଲିଥିଲେ ଆନ୍ଦୋଳନକାରୀ l ଫଳରେ ଅଢେଇ ଘଣ୍ଟା ଅଣନିଶ୍ୱାସୀ ହୋଇପଡ଼ିଥିଲେ ଅଧକ୍ଷା ଓ ତାଙ୍କ ସ୍ୱାମୀ l ଫାଟକ ତାଲା ସହ ଟେଣ୍ଟ ଖୋଲା ଯିବା ପରେ ଇଓଙ୍କ ଗାଡି ଏବଂ ଅଧକ୍ଷାଙ୍କ ଗାଡି ପଦାକୁ ବାହାରିଥିବା ଦେଖିବାକୁ ମିଳିଥିଲା l ଇଓ ଅବିନାଶ ମିଶ୍ରଙ୍କ ବଦଳି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଅପ୍ରତିକlର ପରିସ୍ଥିତି ସୃଷ୍ଟି ହୋଇଥିଲା l ଅସ୍ଥାୟୀ ସୁଇପେର ମାନେ ସଫେଇ କାର୍ଯ୍ୟ ବନ୍ଦ କରିବା ସହ ଇଓଙ୍କ ରାତି ଅଧିଆ ବଦଳିକୁ ସ୍ଥାନୀୟ ଅଂଚଳ ବାସୀ ସହଜରେ ଗ୍ରହଣ କରି ପାରିନଥିଲେ l ପ୍ରକାଶ ଯୋଗ୍ୟ ଇଓ ମିଶ୍ର ଦାୟିତ୍ୱ ନେବା ପରେ ସହରର ଉର୍ନତି କରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବା ବେଳେ ରାତି ଅଧିଆ ବଦଳିକୁ ସମସ୍ତ ବର୍ଗର ମହିଳା ଗୋଷ୍ଠୀ ଦୃଢ଼ ନିନ୍ଦା କରିଥିଲେ l ଏହି ଧାରଣାକୁ ଓ ପ୍ରତିବାଦକୁ ଏନଏସି ଉପାଧ୍ୟାକ୍ଷ ସୁରେନ୍ଦ୍ର କୁମାର ବାରିକିଙ୍କ ସମେତ କାଉନସିଲର ମାନେ ସମର୍ଥନ କରିଥିଲେ , ଓ ଏହାର ପ୍ରତିବାଦ ରେ ଜିଲ୍ଲାପାଳ ଙ୍କୁ ଭେଟିବା ପାଇଁ ଛତ୍ରପୁର ମୁଖ୍ୟ ଯାଉଥିବା ଦେଖିବାକୁ ମିଳିଥିଲା
