June 13, 2026

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭାରତୀୟ ହକି ଦଳକୁ ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ ।

IMG-20231010-WA0003
Share

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭାରତୀୟ ହକି ଦଳକୁ ପ୍ରଶଂସା ଓ ଅଭିନନ୍ଦନ ଜ୍ଞାପନ ।
ଏସିଆନ ଗେମରେ ଭାରତୀୟ ହକି ଦଳ ଚମତ୍କାର ପ୍ରଦର୍ଶନ ସହ ସ୍ବର୍ଣ୍ଣ ପଦକ ହାସଲ କରିଥିବାକୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପକ୍ଷରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି । କ୍ରୀଡା ସଂସଦର ସଂପାଦକ ପ୍ରଫେସର ଗଣେଷ ସେଠୀଙ୍କ ଅଧ୍ୟକ୍ଷତାରେ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ବିଜୟ ଉତ୍ସବରେ ଭାରତୀୟ ହକି ଦଳରଲ ବିଜୟ ଅଭିଯାନ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶନ କରାଯାଇଥିଲା । କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଭାରତୀୟ ହକି ଦଳକୁ ଉଚ୍ଚ ପ୍ରଶଂସା କରିବା ସହ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଭୂମିକା, ପ୍ରୋତ୍ସାହନ ଓ ସହୟତା ସଂପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରିଥିଲେ । ଏହାସହ ସହ ହକି ଖେଳରେ ଯୋଗ ଦେବା ଓ ଏଥି ପ୍ରତି ଆଗ୍ରହ ପ୍ରକାଶ କରିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ବିଭାଗର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଅନ୍ୟତମ ଅତିଥିଭାବେ ଯୋଗ ଦେଇ ହକି ଇଣ୍ଡିଆକୁ ଶୁଭେଚ୍ଛା ଜଣାବା ସହ ରାଜ୍ୟ ସରକାରଙ୍କ ଭୂମିକାକୁ ଭୂୟସି ପ୍ରଶଂଶା କରିଥିଲେ । ଉତ୍ସବରେ ଏନଏସଏସ ସଂଯୋଜକ ଜୟନ୍ତ ପଣ୍ଡା, ଶକ୍ତିରଞ୍ଜନ ଦାଶ, ଇତିଶ୍ରୀ ଗୀତା କୁମାରୀଙ୍କ ସହ ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗ ଦେଇଥିଲେ । ବିଜୟ ଉତ୍ସବରେ ବିଭିନ୍ନ ବିଭାଗରୁ 200 ଛାତ୍ରଛାତ୍ରୀ ଯୋଗ ଦେଇ ଭାରତୀୟ ହକି ଦଳକୁ ଶୁଭେଚ୍ଛା ଜଣାଇଥିଲେ ।

You may have missed