June 13, 2026

ସମ୍ବଲପୁରରେ ଅତ୍ୟାଧୁନିକ କଳା ପ୍ରେକ୍ଷାଳୟ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ଦେଲା ନାଟ ନାଟୁଆ 

IMG-20240909-WA0032
Share

 

ସମ୍ବଲପୁର,(ରାଜାରାମ ଷଡ଼ଙ୍ଗୀ):ପଶ୍ଚିମ ଓଡିଶା ର ପ୍ରାଣ କେନ୍ଦ୍ର ସମ୍ବଲପୁର ଏକ କଳା ସଂସ୍କୃତି ସମ୍ପନ୍ନ ସହର l ଏହି ସହରର ତଥା ଜିଲ୍ଲା ର କଳାକାର ମାନେ ସମ୍ବଲପୁରୀ ଲୋକ ନୃତ୍ୟ, ଲୋକ ସଂଗୀତ ତଥା ନାଟକ କ୍ଷେତ୍ର ରେ ଓଡିଶା ପାଇଁ ଅନେକ ସୁନାମ ଆଣିଛନ୍ତି l ଏ ଅଞ୍ଚଳ ର କଳାକାର ମାନେ କଳା କ୍ଷେତ୍ର ରେ ତାଙ୍କର ଅବଦାନ ପାଇଁ ପଦ୍ମ ସମ୍ମାନ, ସଂଗୀତ ନାଟକ ଏକାଡେମୀ ସମ୍ମାନ, ସାହିତ୍ୟ ଏକାଡେମୀ ସମ୍ନାନ ପରି ଅନେକ ସମ୍ମାନ ପାଇ ଏଇ ମାଟି କୁ ଗର୍ବିତ କରିଛନ୍ତି l ହେଲେ ଆଜିଯାଏ କଳାକାର ମାନଙ୍କ କଳା ପ୍ରଦର୍ଶନ ପାଇଁ ସମ୍ବଲପୁର ରେ ପ୍ରେକ୍ଷାଳୟ ଟିଏ ପ୍ରତିଷ୍ଠା ହୋଇପାରିନାହିଁ l

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଭୀମସାର, ଭିସୁଟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଆଇ.ଆଇ.ଏମ. ଠାରେ ଛାତ୍ର ଛାତ୍ରୀ ମାନଙ୍କ ଉଦେଶ୍ୟ ରେ ଅତ୍ୟାଧୁନିକ ପ୍ରେକ୍ଷାଳୟ ନିର୍ମାଣ ହୋଇପାରିଛି ହେଲେ ଅଂଚଳ ତଥା ରାଜ୍ୟ ପାଇଁ ସମ୍ମାନ ସାଉଁଟୁଥିବା କଳାକାର ଙ୍କର ପାଇଁ ଏକ ଅତ୍ୟାଧୁନିକ ମଞ୍ଚ କଳା ପ୍ରଦର୍ଶନ ପାଇଁ ଉଦ୍ଧିଷ୍ଟ ଏକ ପ୍ରେକ୍ଷାଳୟ ଟିଏ ସରକାର ପକ୍ଷରୁ ହୋଇପାରିନଥିବା ଅତ୍ୟନ୍ତ ପରିତାପର ବିଷୟ l

ଏହି ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଦୃଷ୍ଟି ରେ ରଖି, ରାଜ୍ୟ ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କର ସମ୍ବଲପୁର କୁ ନୁଆଁଖାଇ ଦିନ ଗସ୍ତ ସମୟରେ ସମ୍ବଲପୁର ନାଟ୍ୟ ଅନୁଷ୍ଠାନ ସମନ୍ମୟ ସମିତି ” ନାଟ ନାଟୁଆ ” ପକ୍ଷରୁ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ ଙ୍କର ନେତୃତ୍ୱ ରେ ମମତା ପଣ୍ଡା, ଡ଼. ସିଦ୍ଧାର୍ଥ ପଣ୍ଡା, କମଲ ଲୋଚନ ପଣ୍ଡା, ମାନସ ମିଶ୍ର, ଲଳିତ ମୋହନ ବେବର୍ତ୍ତା, ପିଙ୍କି ପ୍ରଧାନ, ଦୀନବନ୍ଧୁ ପଣ୍ଡା ପ୍ରମୁଖ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଙ୍କୁ ସମ୍ବଲପୁର ରେ କଳାକାର ମାନଙ୍କୁ ମଞ୍ଚ କଳା ପ୍ରଦର୍ଶନ ର ସୁବିଧା ପାଇଁ ଏକ ହଜାର ଦର୍ଶକ ଙ୍କର ପାଇଁ ଉଦ୍ଧିଷ୍ଟ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ତଥା ମଲ୍ଟି କଲଚରାଳ କମ୍ପ୍ଲେକ୍ସ ର ନିର୍ମାଣ କରିଦେବାକୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଥିଲା l

 

ସୂଚନା ଯୋଗ୍ୟ ଯେ, ସମ୍ବଲପୁର ର କଳାକାର ମାନେ ଦେଶ ବିଦେଶ ରେ ମଞ୍ଚ କଳା ପ୍ରଦର୍ଶନ କରି ସମ୍ମାନ ଓ ପ୍ରତିଷ୍ଠା ପାଇ ପାରିଛନ୍ତି, ହେଲେ ନିଜର କଳା ପ୍ରଦର୍ଶନ ପାଇଁ ମଞ୍ଚ ତ ଦୂରର କଥା ପ୍ରଦର୍ଶନ କଳା ର ଅଭ୍ୟାସ ପାଇଁ ମଧ୍ୟ ଅନେକ ଅନୁଷ୍ଠାନ ମାନଙ୍କ ପାଖରେ ଅଭ୍ୟାସ ପାଇଁ ଅଭ୍ୟାସ କକ୍ଷ କି ଅନୁଷ୍ଠାନ ଚଳେଇବା ପାଇଁ କୋଠରୀ ଖଣ୍ଡେ ଲେଖା ବି ନାହିଁ l ଆବଶ୍ୟକ ପଡିଲେ ରାସ୍ତା ଉପରେ ମଧ୍ୟ୍ୟ ନୃତ୍ୟ ର ଅଭ୍ୟାସ କରିବାକୁ ବାଧ୍ୟ ହେଉଛନ୍ତି l

ତେଣୁ, ” ନାଟ ନାଟୁଆ ” ତଥା ସମ୍ବଲପୁର ର କଳାକାର ମାନଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମ୍ବଲପୁର ରେ ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ କରାଯିବାକୁ ଦାବି କରାଯାଇଛି l ଯଦ୍ୱାରା କଳାକାର ମାନେ ସ୍ୱଳ୍ପ ଖର୍ଚ୍ଚ ରେ ନିଜର କଳା ପ୍ରଦର୍ଶନ କରିପାରିବେ

You may have missed