ପ୍ରହସନ ସାଜିଛି ଶିକ୍ଷା କ୍ଷେତ୍ର, ଡ୍ୟୁଟି ସମୟ ରେ D.E.O. ଅଫିସ୍ ରେ ଶିକ୍ଷକ ବୃନ୍ଦ।
ପ୍ରହସନ ସାଜିଛି ଶିକ୍ଷା କ୍ଷେତ୍ର, ଡ୍ୟୁଟି ସମୟ ରେ D.E.O. ଅଫିସ୍ ରେ ଶିକ୍ଷକ ବୃନ୍ଦ।
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ. ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରେ ପଦୋନ୍ନତି ପାଇଁ ଶିକ୍ଷକ ବୃନ୍ଦ। 2023-2024 ବର୍ଷ ନିର୍ଦ୍ଧାରିତ ପଦୋନ୍ନତି ପ୍ରକ୍ରିୟା ଚଳିତ ମେ 31 ତାରିଖ ସୁଦ୍ଧା ଶେଷ କରି ଶିକ୍ଷକ ମାନେ ନୂତନ ବିଦ୍ୟାଳୟ ଓ ନୂତନ ପଦବୀ ରେ ଯୋଗ ଦେବା ପାଇଁ ସରକାରୀ ନିର୍ଦ୍ଦେଶନାମା ଜାରି କରା ଯାଇଥିଲା । ନବରଙ୍ଗପୁର ଜିଲ୍ଲାରୁ ପଠା ଯାଇଥିବା ଶିକ୍ଷକ ମାନଙ୍କ ପଦୋନ୍ନତି ତାଲିକା ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଜୁନ 27 ରେ ପତ୍ର ସଂଖ୍ୟା 14788 ଅନୁଯାୟୀ 4ଟି ତ୍ରୁଟି ଥିବା ଦର୍ଶାଇ ଖାରଜ କରି ଦିଆ ଯାଇଥିଲା। ସେ ଯାହା ହେଉ ଏବେ ବୁଦ୍ଧି ଜିବୀ ମହଲ ରେ ପ୍ରଶ୍ନ ଉଠୁଚି ଯେ ଶିକ୍ଷକ ମାନେ ଏକା ସହ ଦୁଇଟି ଜାଗା ରେ କେମିତି ଉପସ୍ଥିତ ରହୁଛନ୍ତି, ଡ୍ୟୁଟି ସମୟ ରେ D.E.O. ଅଫିସ୍ କାର୍ଯ୍ୟଳୟ ରେ ଆନ୍ଦୋଳନ ଚେତାବନୀ ଦେବାପାଇଁ ପହଞ୍ଚି ଛନ୍ତି , ଯଦି ପ୍ରକୁତ ରେ ସେମାନେ D.E.O. ଅଫିସ୍ ରେ ତାହେଲେ ଡ୍ୟୁଟି କିଏ କରୁଛି ବୋଲି ଜନ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି। ଶିକ୍ଷକ ମାନଙ୍କ ମଧ୍ୟରୁ ସୁଦର୍ଶନ ହରିଜନ, ସର୍ବେଶ୍ଵର ମଲ୍ଲିକ,ସୁକୁମାର ପଣ୍ଡା,ପ୍ରମୋଦ ପଟନାୟକ, ଗୋରା ଚାନ୍ଦ ତ୍ରିପାଠୀ, ନିତାଇ ମଣ୍ଡଳ, ବୃନ୍ଦାବନ ଦୁର୍ଗା ଏବଂ ଫଟୋ ରେ ଥିବା ଶିକ୍ଷକ ମାନେ ଦରମା ପାଉଛନ୍ତି ବୋଲି ପ୍ରଶ୍ନକରିଛନ୍ତି ଅଭିଭାବକ ମହଲରେ ପ୍ରଶ୍ନବଚି ସୃଷ୍ଟି ହୋଇଛି।
ଶିକ୍ଷକ ମାନଙ୍କ ଉପରେ ପିଲାଙ୍କ ଭବିଷ୍ୟତ ନିର୍ଭର କରୁଥିବା ବେଳେ ଏହି ଭଳି ଶିକ୍ଷା ଯଦି ଚାଲିଛି ତା ହେଲେ ପିଲାଙ୍କ ଭବିଷ୍ୟତ କଣ ହେବା ସେ ନେଇ ଚିନ୍ତା କାରଣ ହୋଇଛି ଅଭିଭାବକ ମହଲରେ ଆଉ ଏ ସବୁ ପ୍ରଶାସନ ର ଜାଣତରେ କି ଅଜାଣତରେ ହେଉଛି ବୋଲି ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି।
