ଗଛଟିଏ ପିଲାଟିଏ ବନ ମହୋତ୍ସବ କାର୍ଯ୍ୟକ୍ରମ ..
ଗଞ୍ଜମ=ପ୍ରଦୀପ କୁମାର ପଣ୍ଡା
ଗଞ୍ଜାମ ବ୍ଲକ ରଘୁନାଥ ପୁର ସ୍ଥିତ ସ୍ବାମୀ ବିବେକାନନ୍ଦ ବିଦ୍ୟା ମନ୍ଦିର ପିଲାଟିଏ ଗଛଟିଏ ମୟୂର ବିହାର ୭୬ ତମ ବନମହୋତ୍ସବ ପାଳିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥିଭାବେ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଅମ୍ଲାନ ନାୟକ, ସମ୍ମାନିତ ଅତିଥି ରୂପେ ବାଲୁଗାଁ ବନ୍ୟପ୍ରାଣୀ ଉପବନାଞ୍ଚଳ ଅଧିକାରୀ ଶ୍ରୀମତୀ ରଶ୍ମିତା ଜେନା ମୁଖ୍ୟ ବକ୍ତା ଭାବେ ରମ୍ଭା ବନ୍ୟପ୍ରାଣୀ ଉପବନାଞ୍ଚଳ ଅଧିକାରୀ ଶ୍ରୀଯୁକ୍ତ ବବୁଲୁ ମଲ୍ଲିକ ଏବଂ ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ଦେବଦତ୍ତ ମିଶ୍ର ପ୍ରମୁଖ ମଞ୍ଚାସିନ ଥିଲେ l ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ବିଶ୍ଵାଳ ସଭାପତିତ୍ବ କରିଥିଲେ l ପୃଥିବୀକୁ ସନ୍ତୁଳନ ରଖିବା ପାଇଁ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଶ୍ରୀ ବବୁଲୁ ମଲ୍ଲୀକ୍ “ଗଛଟିଏ ପିଲାଟିଏ” ର ମହତ୍ତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟର ଗୁରୁମା ଅଞ୍ଜନା ମୁଦୁଲି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କରପଡା ହାଇସ୍କୁଲ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ପଣ୍ଡା ମାର୍ଗ ଦର୍ଶକ ରୂପେ ଭିତିମୟୀ ର ବିକାଶ ପାଇଁ ଧ୍ୟାନ ଦେଉଥିବା ବେଳେ ବୃକ୍ଷରୋପଣ ବହୁ ବିଧ୍ୟ ଉପକାରିତା ଉପରେ ଆଲୋକପାତ କରିଥିଲେ।
