October 6, 2026

ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ବିଶ୍ଵ ସ୍ତନପାନ ସପ୍ତାହ ଦିବସ ପାଳିତ।

Share

 

ରାୟଗଡ଼ା, ୦୮/୦୮/୨୦୨୪ : ମା’ କ୍ଷୀର ଗୋଟିଏ ଶିଶୁ ପାଇଁ ସର୍ବୋକୃଷ୍ଟ ଖାଦ୍ୟ ହୋଇଥାଏ। ବର୍ତ୍ତମାନ ଜନ୍ମଠାରୁ ୬ ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା’ କ୍ଷୀର ଦେବାକୁ ଡାକ୍ତରଙ୍କ ପରାମର୍ଶ ରହିଛି। ଶିଶୁ ଜନ୍ମ ହେବା ମାତ୍ରେ ମା’ର ପ୍ରଥମ କ୍ଷୀର ବା କଷ କ୍ଷୀର ପିଲାପାଇଁ ବହୁତ ଉପଯୋଗୀ ହୋଇଥାଏ। ଏହା କମ୍ ପରିମାଣରେ ବାହାରୁ ଥିଲେ ମଧ୍ୟ ଶିଶୁର ଉତ୍ତମ ସ୍ଵାସ୍ଥ୍ୟ ନିମନ୍ତେ ଏହା ବେଶ୍ ସହାୟକ ହୋଇଥାଏ ବୋଲି କୁହାଯାଏ। ଏହି ପରିପେକ୍ଷିରେ ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ନର୍ସିଂ ବିଭାଗର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିଶ୍ଵ ସ୍ତନପାନ ସପ୍ତାହ ଦିବସ ପାଳନ କରାଯାଇଛି। ଛାତ୍ରଛାତ୍ରୀ ମାନେ ଚିତ୍ର ଆଙ୍କି ଏହି ସ୍ତନପାନ ସଂମ୍ପର୍କରେ ସଚେତନତା ସୃଷ୍ଟି କରିଥଲେ। ଏହାସହ ଶିଶୁକୁ ସ୍ତନ୍ୟପାନ କରାଉଥିବା ମା’ଙ୍କୁ ଯତ୍ନବାନ ହେବା ଦରକାର। ପ୍ରତି ଦୁଇ ଘଣ୍ଟା ବ୍ୟବଧାନରେ ଶିଶୁକୁ ସ୍ତନ୍ୟପାନ କରାଇବା ଜରୁରୀ। ସ୍ତନ୍ୟପାନ କରାଇବା ସମୟରେ ଶିଶୁ ଠିକ୍ ଭାବେ କ୍ଷୀର ଟାଣି ପିଉଛି କି ନାହିଁ ଧ୍ୟାନ ଦେବା ଦରକାର। ଶିଶୁଠିକ୍ ଭାବେ କ୍ଷୀର ନପିଇଲେ ମା’ଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳେ। କ୍ଷୀର ସବୁ ସ୍ତନରେ ଜମାଟ ବାନ୍ଧି ଗୋଟା ହୋଇଯାଏ। ଏହି ସମୟରେ ସ୍ତନ ପୀଡ଼ା ହେବା ସହ ମା’କୁ ଜ୍ଵର ହୋଇଥାଏ। ସ୍ତନରେ କ୍ଷୀର ଗୋଟା ହେଲେ ଗରମ ସେକ ଦେବା ଦ୍ଵାରା ତାହା ଠିକ୍ ହୋଇଥାଏ। ସ୍ତନରେ ଜମି ରହିଥିବା କ୍ଷୀରକୁ ଚିପୁଡ଼ି ବାହାର କରି ତାକୁ ଶିଶୁକୁ ଦିଆଯାଇପାରିବ ଓ ନବଜାତ ଶିଶୁମାନଙ୍କୁ କିପରି ସୁରକ୍ଷିତ ସ୍ତନ୍ୟପାନ କରାଯିବ, ମା’କ୍ଷୀର ଶିଶୁ ପାଇଁ କେତେ ଆବଶ୍ୟକ ଏହିସବୁ ବିଶୟ ଉପରେ ଆଲଚନା କରାଯାଇଥିଲା l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

You may have missed