September 7, 2026

ରାଉରକେଲା କଲେଜର ୫୮ତମ ‘ପ୍ରତିଷ୍ଠା ଦିବସ’ ଆୟୋଜିତ…..

IMG-20230808-WA0022
Share

ରାଉରକେଲା କଲେଜର ୫୮ତମ ‘ପ୍ରତିଷ୍ଠା ଦିବସ’ ଆୟୋଜିତ…..
ରାଉରକେଲା/ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ୫୮ତମ ‘ପ୍ରତିଷ୍ଠା ଦିବସ’ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସହର ପ୍ରଶାସକ ପ୍ରତାପ କୁମାର ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ସୁପରଇନଟେଣ୍ଡିଙ୍ଗ ଇଞ୍ଜିନିୟର (ଆର୍ ଏଣ୍ଡ ବି) ମନୋଜ ମହାନନ୍ଦ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ପରିଚାଳନା କମିଟିର ସଭାପତି ଡଃ ପ୍ରଦୀପ କୁମାର ନନ୍ଦ ଓ ସଦସ୍ୟ ମନୋରଞ୍ଜନ ଦାଶ, ସଂଜୀବ ମହାନ୍ତି ଉପସ୍ଥିତ ଥିଲେ। ଛାତ୍ରୀ ପୂଜାରାଣୀ ମହାପାତ୍ର, କେଶରୀ ବାଘ, ବିଜୟଲକ୍ଷ୍ମୀ ନାୟକ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉଭୟ ଅତିଥି ଏହି ଅବସରରେ ସ୍ବଅନୁଭୂତି ବାଣ୍ଟିଥିଲେ । ଛାତ୍ର-ଛାତ୍ରୀମାନେ ଜୀବନର ନିର୍ଦ୍ଦିଷ୍ଟ ଲକ୍ଷ୍ଯ ରଖି ସେ ଦିଗରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ଅର୍ଥ ଥାଉ ବା ନଥାଉ ନିଜର କଠିନ ଅଧ୍ୟବସାୟ ଓ ଦୃଢ ଇଛାଶକ୍ତି କୁ କର୍ମରେ ପରିଣତ କରିପାରିଲେ ସମାଜରେ ସୁନାଗରିକ ଭାବେ ପ୍ରତିଷ୍ଠା କରିପାରିବ ବୋଲି ମତରଖିଥିଲେ। ପରେ କଲେଜର ମୁଖପତ୍ର ‘ପ୍ରଜ୍ଞାଲୋକ’ ଏହି ପବିତ୍ର ମୁହୂର୍ତ୍ତରେ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ କରାଯାଇଥିଲା। ପ୍ରଫେସର ଡଃ ରବୀନ୍ଦ୍ର କୁମାର ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ବାଣିଜ୍ୟ ବିଭାଗର ମୁଖ୍ୟା ପ୍ରଫେସର ବନ୍ଦନା ସୋରେଙ୍ଗ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଇଂରାଜୀ ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କଲେଜର ଜାଗାକୁ କଲେଜ ନାମରେ ହସ୍ତାନ୍ତର ପାଇଁ ଆରଏସପି ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା, ଯାହାଦ୍ୱାରା କଲେଜକୁ ନାକ୍ ମାନ୍ୟତା ମିଳିବାରେ ସହାୟକ ହେବ। ଏହି ଅବସରରେ କଲେଜ ଛାତ୍ର ରଞ୍ଜନ ନାଗ ଅତିଥିଙ୍କ ଚମତ୍କାର ପେନସିଲ୍ ପଟ୍ଟଚିତ୍ର ଅଙ୍କନ କରି ଅତିଥିଙ୍କୁ ପ୍ରଦାନ କରିଥିଲେ। ଅଧ୍ୟାପକ ଅନିଲ ରାମ ଓ ଅଧ୍ୟାପିକା ସସ୍ମିତା ଜେନାଙ୍କ ପରିଚାଳନାରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଅଧ୍ୟାପକ ସର୍ବଶ୍ରୀ କରୁଣାକର ପାଟ୍ଟଶାଣୀ, ମନୋଜ ଦଳେଇ, ବନବିହାରୀ କିଷାନ, ତରଣୀ ନାୟକ, ରଶ୍ମିପ୍ରଭା ମଥାନ, ତପସ୍ଵିନୀ ମିଶ୍ର, ଭାରତୀ ବରୁଆ, ଅଜିତ ବେକ, ଅନୁପ ଏକ୍କା , ରଣଜିତ ପ୍ରଧାନ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ପ୍ରତିମା ପାଣିଗ୍ରାହୀ, ପ୍ରଭାତ ବଳ, ଅମି ଢୋଲକିଆ, ସସ୍ମିତା ଜେନା, ମୌସୁମୀ ଦାସ, ସ୍ବାତି ସ୍ମିତା ସାହୁ, ରଚନା ମିଶ୍ର, ଅନିଲ ରାମ୍,ନମିତା ଜେନା, ଭାଗ୍ଯଶ୍ରୀ ଜେନା, ଶୁଚିସ୍ମିତା ପ୍ରଧାନ, ହେମକାନ୍ତି ମେହେର, ସୁପ୍ରଭା ସିଂ, ନିରୁପମା ବେହେରା,ଅନାମିକା କୁଲୁ,ଅନୁପମା ଲୁଗୁନ, ଇଞ୍ଜମାମ ଖାନ,ରାମଦାସ ଟୁଡୁ ପ୍ରମୁଖ ଅଧ୍ୟାପକ ଅଧ୍ଯାପିକା ଏବଂ କର୍ମଚାରୀ ବୃନ୍ଦ ସର୍ବଶ୍ରୀ ଅଜୟ ଗୌଡ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ଶୁଭମ୍ ଲୋହାର, ସାହିଲ ଶର୍ମା ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କୁ କଲେଜର ଛାତ୍ରଛାତ୍ରୀ ମାନେ ବାଜା ବଜାଇ  ନୃତ୍ୟ ପରିବେଷଣ କରି କଲେଜ ମଧ୍ୟକୁ ପାଛୋଟି ନେଇଥିଲେ ।            (ସସ୍ମିତା ପ୍ରଧାନ, ରାଉରକେଲା ।)