ଶୌଚ ହେବା ବେଳେ ପୋଖରୀ ରେ ପଡ଼ି ବୃଦ୍ଧ ମୃତ।
ଶୌଚ ହେବା ବେଳେ ପୋଖରୀ ରେ ପଡ଼ି ବୃଦ୍ଧ ମୃତ।
ହାଟଡିହି ,ଏବର୍ଷ ଶୌଚ ହେବା ଘଟଣା ରେ ପାଖା ପାଖି ୧୦ ଅଧିକ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ହାଟଡିହି ବ୍ଲକର ପ୍ରାୟ ଅଧିକାଂଶ ଘଟଣା ଦେଖିବାକୁ ମିଳିଛି। ସେହି କ୍ରମ ରେ ହାଟଡିହି ବ୍ଲକ ହାଟଡିହି ପଞ୍ଚାୟତ ର ଗୋପ ଗାଁ ରେ ଦେଖିବାକୁ ମିଳିଛି ଆଜି ଦୁଃଖଦ ଘଟଣା । ହାଡିବନ୍ଧୁ ସେଠୀ ନାମକ ଜଣେ ମଧ୍ୟମ ଧରଣର ବ୍ୟକ୍ତି ତାଙ୍କର ବୟସ( ୫୪) ହୋଇଥିବା ବେଳେ ସେ ପାଖ ପୋଖରୀ କୁ ଶୌଚ ହେବା ପାଇଁ ଯିବା ବେଳ ପାଦ ଖସିଯିବା ଫଳରେ ପୋଖରୀ ରେ ପଡ଼ି ଯାଇ ଥିଲେ। କିନ୍ତୁ ଗାଁ ଲୋକେ ଘଟଣା କୁ ଜାଣିବା ପରେ ବହୁ ସମୟ ଖୋଜା ଖୋଜି କରିଥିଲେ ମିଳିନଥିବା ପରେ ହାଟଡିହି ଦମକଳ ବାହିନୀ ଆସି ଖୋଜିବା ପରେ ମିଳିଥିଲା। ଯାହାକି ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ୍ ହାଟଡିହି ରୁ)
