ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ସଙ୍ଘ ର ସମାବେଶ
ତିର୍ତ୍ତୋଲ- ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ସଂଘର ଏକ ମିଳିତ ସମାବେଶ କନକପୁର ପଞ୍ଚାୟତର ତରାପୁର ସ୍ଥିତ ତରାଦେବୀ ମନ୍ଦିର ପ୍ରାଙ୍ଗଣରେ ତିର୍ତ୍ତୋଲ ବ୍ଲକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ତଥା ଶିକ୍ଷକ ସଂଘ ସଂଗ୍ରାମ ସାଥୀ ଅକ୍ଷୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଅତିଥି ଉପଦେଷ୍ଟା ରାଜ କିଶୋର ଦାଶ, କୁଜଙ୍ଗ ବ୍ଲକ ସଭାପତି ପ୍ରଫୁଲ୍ଲ ମହାପାତ୍ର, ଉପ ଦେଷ୍ଟା ବାବୁରାମ ଚୌଧୁରୀ, କାର୍ଯ୍ୟକାରୀ ସଭାପତି ବିଷ୍ଣୁ ଚରଣ ମୁଦୁଲି, ପଙ୍କପାଳ ର ସମ୍ପାଦକ ରବୀନ୍ଦ୍ର ନାଥ ଚୌଧୁରୀ, ଉପଦେଷ୍ଟା କୁକଙ୍ଗର ନବୀନ ପ୍ରଧାନ, ତିର୍ତ୍ତୋଲ ବ୍ଲକ ଉପସଭାପତି ଧୁନଚନ୍ଦ୍ର ସେନାପତି, ପ୍ରହଲ୍ଲାଦ ନାୟକ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀ ଓ ବରିଷ୍ଠ ନାଗରିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l କ୍ଷୀରୋଦ ମହାନ୍ତି ପ୍ରାରମ୍ଭିକ ସୂଚନା ଓ ଜୋନ ସମ୍ପାଦକ ଦିଗମ୍ବର ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ l ଏହି ସଭାରେ କୋଷ୍ଟି ମଲ୍ଲିକା ପୁର ପଂଚାୟତ ର ନୂତନ ସଭାପତି ଭାବେ ସଚିଦାନନ୍ଦ ବେହେରାଙ୍କୁ ନିର୍ବାଚିତ କରାଯାଇଥିଲା l ଏହି ଅବସର ରେ ବରିଷ୍ଠ ନାଗରିକଙ୍କୁ ଶୀତ ବସ୍ତ୍ର ପ୍ରଦାନ ଓ ସରସ୍ଵତୀ ଶିଶୁ ମନ୍ଦିର ର କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ସହ ପିଲାଙ୍କ ମହାଭାରତ ପୁସ୍ତକ ପ୍ରଦାନ କରାଯାଇଥିଲା l ଧ୍ରୁବ ଚରଣ ଦତ୍ତ ଧନ୍ୟବାଦ୍ ଦେଇଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
