March 12, 2026

ଧନଦାତ୍ରୀଙ୍କର ଧରାବତରଣ ପରେ ଉତ୍ସବ ମୁଖର ପୁରପଲ୍ଲୀ

IMG-20251007-WA0051
Share

 

ବୋଲଗଡ଼,୦୭/୧୦(ଉପାନ୍ତ ଖବର):ମା ଧନଦାତ୍ରୀଙ୍କର ଧରାବତରଣ ପରେ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ।ଚାରିଆଡେ ଦେଖି ବାକୁ ମିଳୁଛି ଉତ୍ସବର ମାହୋଲ। ଯାହା କି ବାଦ ପଡିନାହିଁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ଗ୍ରାମାଞ୍ଚଳରେ ଯଥା ଅସରଳାର ନୂଆସାହି,ବାଙ୍କୋଇ,ବୋଲଗଡ଼ର ସିଂଙ୍ଗିସାହି ଓ ଗାନ୍ଧୀ ନଗର,ଧଳାପଥର,ଗେଡିଆପଲ୍ଲି, ଖଙ୍ଗୁରିଆ,ଘୋରାଡିଆ, ଜରିପଡା, ଭୀମପଡାରେ ସ୍ତାୟୀ ପୂଜାମଣ୍ଡପ ଗୁଡିକରେ ଧୁମ୍ ଧାମ ରେ ବହୁ ଆଡମ୍ବର ସହକାରେ ଗଜଲକ୍ଷ୍ମୀ ପୂଜା ପାଳିତ ହେଉଅଛି। କୁମାର ପୂର୍ଣ୍ଣିମା ଦିନଠାରୁ ପାଞ୍ଚଦିନ ଧରି ପାଳିତ ହେବବୋଲି ପ୍ରତେକ ପୂଜା କମିଟି ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ବିଭିନ୍ନ ସ୍ଥାନରେ ଧୁମ୍ ଧାମରେ ଚାଲିଛି ପବିତ୍ର ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳରେ ଗଜଲକ୍ଷ୍ମୀ ପୂଜା ପ୍ରସିଦ୍ଧ ଲାଭ କରିଥିବା ବେଳେ ତା ତୁଳନାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଗ୍ରାମାଞ୍ଚଳରେ କିଛି କମ୍ ନୁହେଁ। ବିଭିନ୍ନ ପୂଜାମଣ୍ଡପରେ ସୁନ୍ଦର ଗଜଲକ୍ଷ୍ମୀ ମୁର୍ତ୍ତି ସହିତ ସୁସଜ୍ଜିତ ତୋରଣ, ଲାଇଟ୍ ସାଜସଜ୍ଜା ରେ ମା ଗଜଲକ୍ଷ୍ମୀ ଙ୍କର ପୂଜା ଅର୍ଚ୍ଚନା ଚାଲିଅଛି। ପୁରାଣ ଅନୁସାରେ ଶରତ ପୁର୍ଣିମା ରେ ମା ଗଜଲକ୍ଷ୍ମୀ ଙ୍କର ଜନ୍ମ ହୋଇ ଥିଲା ଯାହାକି ଲକ୍ଷ୍ମୀଙ୍କର ଜନ୍ମ ଦିନ ଭାବରେ ପାଳନ କରାଯାଏ। ସେହିପରି ଏହି ଦିନଟିକୁ କୁମାର ପୂର୍ଣ୍ଣିମା ବୋଲି କୁହାଯାଏ। ଏହି ଦିନ ରେ କୁଆଁରୀ ଝିଅ ମାନେ ସୁଯୋଗ୍ୟ ବରଟିଏ ପାଇବା ପାଇଁ ଭଗବାନ କାର୍ତ୍ତିକେୟ ଙ୍କୁ ପୂଜା ଅର୍ଚ୍ଚନା କରିଥାନ୍ତି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।