September 7, 2026

ବନ ମହୋତ୍ସବ ସପ୍ତାହ ଉପଲକ୍ଷେ କୁଜଙ୍ଗ ଉପ କାରାଗାରରେ ଆଦର୍ଶ ପ୍ରୟାସ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ..

IMG-20240707-WA0039
Share

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍ ଗୋପିଆକୁଦ ପଞ୍ଚାୟତ ସମାଗୋଳ ସ୍ଥିତ କୁଜଙ୍ଗ ଉପ କାରାଗାରରେ ଆଜି ଆଦର୍ଶ ପ୍ରୟାସ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ତେବେ ଏହି ବୃକ୍ଷ ରୋପଣ ସପ୍ତାହ ପାଳନ ଉପଲକ୍ଷେ ଆଦର୍ଶ ପ୍ରୟାସ ସଂଗଠନ ପକ୍ଷରୁ କୁଜଙ୍ଗ ଉପ କାରାଗାର ପରିସରରେ ବିଭିନ୍ନ କିସମର ଫୁଲ,ଫଳ ଏବଂ ଔଷଧୀୟ ବୃକ୍ଷ ରୋପଣ କରାଯିବା ସହିତ କାରାଗାରରେ ଥିବା ଅନ୍ତେବାସୀଙ୍କୁ ସଚେତନ କରାଯାଇଥିଲା।ମାତ୍ର ଏହି କାର୍ଯ୍ୟକ୍ରମକୁ ସଂଗଠନର ପ୍ରମୁଖ ସଦସ୍ୟ ଅମିୟ ପ୍ରସାଦ ଦାସ,ଦେବୀ ପ୍ରସାଦ ସାହୁ,ବିଷ୍ଣୁ ଚରଣ ମୁଦୁଲି,ଦେବ କଲ୍ୟାଣ ମହାପାତ୍ର,ଭଞ୍ଜ କିଶୋର,ଜଗଦୀଶ୍ ମଣ୍ଡଳ,ଦେବବ୍ରତ ପତି,ପ୍ରକାଶ ପ୍ରଧାନ,ନରେନ୍ ବରମନ୍,ଗୋପାଳ ମଣ୍ଡଳ,ଦ୍ଵିପକ ସ୍ବାଇଁ,ନିହାର ବାରିକ,କିଶୋର ମହାନ୍ତି,ରାଜ କିଶୋର ଓ ରାକେଶ ସ୍ବାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷ ରୋପଣ କରିଥିବା ବେଳେ କୁଜଙ୍ଗ ଉପ କାରାଗାର ଅଧିକ୍ଷକ ଇନ୍ଦ୍ରଜିତ୍ ବିଶ୍ବାଳ ସଂଗଠନର କର୍ମକର୍ତ୍ତା ମାନଙ୍କୁ ସହଯୋଗ କରିବା ସହିତ ଆଦର୍ଶ ପ୍ରୟାସ ସଂଗଠନକୁ କୃତଜ୍ଞତା ଜଣାଇ ଆଗାମୀ ଦିନରେ କିପରି କାରାଗାର ପରିସର ସୁରକ୍ଷିତ ରହିବ ଶେ ଦିଗରେ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି।

(ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର  )