ୟୁଥ୍ ରେଡ୍ କ୍ରସ ପକ୍ଷରୁ ବନମହୋତ୍ସବ ସପ୍ତାହ ପାଳିତ
ବୁଗୁଡ଼ା( ହର ପ୍ରସାଦ ପାଢ଼ୀ) ସ୍ଥାନୀୟ ପିପୁଲ୍ସ କଲେଜର ଯୁବ ରେଡକ୍ରସ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସ୍ବେଚ୍ଛାସେବୀଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ୪୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇ କଲେଜ ପରିସରରେ ବୃକ୍ଷ ରୋପଣ କରିଥିଲେ । ଯୁବ ରେଡକ୍ରସର ସଂଯୋଜକ ପବିତ୍ର ମଣ୍ଡଳ ଓ କ୍ରିଷ୍ଣା କୁମାରୀ ବାର୍ଗେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଏଥିରେ ଅଧ୍ଯାପକ ଅକ୍ଷୟ କୁମାର ସାହୁ,ବିନୋଦ କୁମାର କର ଓ ଲୋକନାଥ ବେହେରା ପ୍ରମୁଖ ସହଯୋଗ କରିଥିଲେ ।
