June 15, 2026

ସମିତି ସଭ୍ୟ ବୈଠକ ବର୍ଜନ କରିବା ପଣ୍ଡ ହେଲା, ବୈଠକ କରି ସଫଳ ହେଲେ ବିଡ଼ିଓ ସ୍ନେହ ପ୍ରଭା l

b9ae4f8b-0e6d-4dec-a255-113b6cef1970
Share

କୋରାପୁଟ ଜ଼ିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯ୍ୟା ଳୟ ପରିସର ରେ ଆଜି ସମିତି ସଭ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି. ବୈଠକ ପୂର୍ବ ରୁ ସମିତି ସଭ୍ୟ ଙ୍କୁ ନେଇ ଏକ ରୁଦ୍ଧ ଦ୍ୱାର ବୈଠକରେ ବିଡ଼ିଓ ଏବଂ ସମସ୍ତ ଯନ୍ତ୍ରୀ ଓ ଜନପ୍ରତିନିଧିଙ୍କ ଉପସ୍ଥିତିରେ ସର୍ବଶଂମତି କ୍ରମେ ସମିତି ସଭ୍ୟ ସଭ୍ୟାଙ୍କୁ ଗୋଟାଏ ଲେଖାଏଁ କାମ ପ୍ରଦାନ କରିବା ପାଇଁ ନିଷ୍ପତି ହୋଇଥିବା ଜଣାଯାଇଛି l ତେଣୁ ଆଜିର ସମିତି ବୈଠକ ସୁରୁଖୁରୁରେ ହୋଇଥିବା ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଅଛି l ପ୍ରକାଶ ଥାଉ କି ନିଜ ନାମ ଆତ୍ମ ଗୋପନ ରଖିବା ସର୍ତରେ କେତେକ ଜନପ୍ରତିନିଧି ପ୍ରକାଶ କରିଛନ୍ତି ଯେ, ବୋବିୟା ପଞ୍ଚାୟତରେ ଗ୍ରାମ ରୋଜଗାର ସେବକ ଓ କୁସୁମି ପଞ୍ଚାୟତରେ କନିଷ୍ଠ ଯନ୍ତ୍ରୀଙ୍କ ଅନୁପସ୍ଥିତ ଯୋଗୁଁ ଉଭୟ ପଞ୍ଚାୟତରେ କୌଣସି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉର୍ନତି ମୂଳକ କାର୍ଯ୍ୟ ହୋଇପାରୁନଥିବା ଗଣମାଧ୍ୟମରେ ପ୍ରକାଶ କରିଛନ୍ତି l ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ବ୍ଲକରେ ଚାଲୁଥିବା ଅନିୟମିତତା କାର୍ଯ୍ୟ ଗୁଡିକର ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣରେ ଦାବି ହେଉଅଛି l ବ୍ଲକ ଅଧକ୍ଷା ଶ୍ରୀମତୀ କମଳା ଭତରାଙ୍କ ଅଧକ୍ଷତାରେ ଆୟୋଜିତ ସମିତି ସଭ୍ୟ ବୈଠକରେ ବିଡ଼ିଓ ଶ୍ରୀମତୀ ସ୍ନେହାପ୍ରଭା ମାଝୀ, ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଵାଘସିଂ, କ୍ଷୀରୋଦ କୁମାର ବେହେରା,ସୁମିତ୍ରା ଦେବୀ ତ୍ରିପାଠୀ, ସ୍ଥାନୀୟ ବିଧାୟିକା ଶ୍ରୀମତୀ ପଦ୍ମିନୀ ଦିଆନ, ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ତ୍ରିପତି ଚଲାଣ, ଜିଲ୍ଲା ପରିଷଦ ସଭ୍ୟା ଗୀତା ମାଝୀ, ସରପଞ୍ଚ ଜଗମୋହନ ମାଝୀ, ସୁଶ୍ରୀ ପୁଷ୍ପା ପୂଜାରୀ, ତ୍ରିନାଥ ମାଝୀ,ଦେବ ମାଝୀ, ବନିତା ମାଝି, ପ୍ରତାପ ସାହୁ, ବାବୁଲି ପାଣିଗ୍ରାହୀ ଙ୍କ ସମେତ ସମସ୍ତ ୧୭ ଗୋଟି ପଞ୍ଚାୟତର ଜନପ୍ରତିନିଧିମାନେ ଏହି ସାଲାସୁତୁରା ସମିତି ବୈଠକରେ ଯୋଗ ଦେଇଥିବା ଜଣାଯାଇଅଛି l ଆଜିର ବୈଠକର ଜିପିଓ ଶ୍ରୀ ସୁଧାଂଶୁ ଶେଖର ରଥ ପୂର୍ବ ପାଠ ବିବରଣୀ ଉପସ୍ଥାପନା କରିଥିଲେ l

କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟନାୟକ ଙ୍କ ରିପୋର୍ଟ ନିୟୁଜ ଉପାନ୍ତ ଓଡିଶା l

You may have missed