June 13, 2026

ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଡଃ ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ଗଜପତି ପ୍ରେସ କ୍ଲବ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ

43c3b5ae-bde3-40d9-bbb2-0dddf7e5dc4d
Share

ପାରଳାଖେମୁଣ୍ଡି:୭/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପାରଳାଖେମୁଣ୍ଡି ଟାଉନ ହଲ ସ୍ଥିତ ପ୍ରେସ କ୍ଲବ ପରିସରରେ ବରିଷ୍ଠ ସାମ୍ବାଦିକ ଜଗନ ମହାପାତ୍ରଙ୍କ ବିୟୋଗରେ ଗଜପତି ପ୍ରେସ କ୍ଲବ ତରଫରୁ ଶୋକ ପ୍ରକାଶ କରାଯାଇଛି । ଆଜି ସନ୍ଧ୍ୟା ୮ଘଣ୍ଟା ସମୟରେ ଗଜପତି ପ୍ରେସ କ୍ଲବର ସମସ୍ତ ସଦସ୍ୟ ତଥା ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନେ ସ୍ୱର୍ଗତ ଜଗନମୋହନଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜଳନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସ୍ୱର୍ଗତ ଜଗନମୋହନ ଜଣେ ନିର୍ଭୀକ, ନିରପେକ୍ଷ ଏବଂ ବନ୍ଧୁବତ୍ସଳ ବ୍ୟକ୍ତିତ୍ୱ ଥିଲେ । ତାଙ୍କର ବିୟୋଗରେ ସାମ୍ବାଦିକତା କ୍ଷେତ୍ରରେ ଅପୁରଣୀୟ କ୍ଷତି ଘଟିଛି ବୋଲି କୁହାଯାଇଥିଲା । ଏପରି ଜଣେ ବ୍ୟକ୍ତିତ୍ୱଙ୍କ ଅକାଳ ବିୟୋଗକୁ ନେଇ ବିଶେଷ କରି ଦକ୍ଷିଣ ଓଡିଶା ସାମ୍ବାଦିକ କ୍ଷେତ୍ରରେ ଜଣେ ସୁନାମଧନ୍ୟ ସାମ୍ବାଦିକଙ୍କୁ ହରାଇଛି ବୋଲି ସ୍ମୃତିଚାରଣ କରାଯାଇଛି । ଏହାସହ ସ୍ୱର୍ଗତ ଜଗନମୋହନ ମହାପାତ୍ର ପାରଳାଖେମୁଣ୍ଡିସ୍ଥ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିବାରୁ ପାରଳା ମାଟି ଗର୍ବିତ ବୋଲି ମତ ପ୍ରକାଶ ପାଇଥିଲା । ଆଜିର ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ସାମ୍ବାଦିକ ଦ୍ୱିଜେନ ପାଢୀ, ନନ୍ଦିଘୋଷ ଜିଲ୍ଲା ପ୍ରତିନିଧି ସରୋଜ କୁମାର ବୀରା, ସକାଳ ପ୍ରତିନିଧି ରଶ୍ମି ରଂଜନ ମିଶ୍ର, କଳିଙ୍ଗଟିଭି ପ୍ରତିନିଧି ସନ୍ତୋଷ ପଟ୍ଟନାୟକ, ବସନ୍ତ ପଣ୍ଡା, ଆଦର୍ଶ ଦାଶ, କୃଷ୍ଣ କୁମାର ବେହେରା, ହେମନ୍ତ ପ୍ରଧାନ, ପ୍ରଭାତ ପାତ୍ର, ବିନୋଦ ପ୍ରଧାନ, ଜିତେନ୍ଦ୍ର ବାରିକ, ଶିଶିର ଗୌଡ, ଶ୍ରୀକାନ୍ତ ମହାରଣା , ପ୍ରେମାନନ୍ଦ ପଣ୍ଡା, ନାଗେଶ୍ଵର ମହାପାତ୍ର, ବାଦଲ ବର୍ଦ୍ଧନ, ଆମୋଦ ବର୍ଦ୍ଧନ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲାସ୍ତରୀୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

You may have missed