ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ରାୟଗଡ ଜିଲ୍ଲା ଗୁଣପୁର ଟାଉନ୍ ହଲ୍ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ପରିଷଦ ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ
ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ରାୟଗଡ ଜିଲ୍ଲା ଗୁଣପୁର ଟାଉନ୍ ହଲ୍ ଠାରେ ମିଶନ ଶକ୍ତି ଗୋଷ୍ଠୀ ଓ ପୌର ପରିଷଦ ଅଧିକାରୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ
(ମୁକ୍ତା) ବିଷୟରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧକ୍ଷା ଶ୍ରୀମତୀ ମମତା ଗୌଡ ଓ ପୌର ପରିଷଦ ଉପାଧକ୍ଷ ଶ୍ରୀ ଶିବ ପ୍ରସାଦ ଗୌଡ , ସମ୍ମାନିତ ଅତିଥି ଭାବେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ଡ଼. ସତ୍ୟ ସମ୍ପୂର୍ଣ୍ଣ ରାଉତ ଉପସ୍ଥିତ ରହି ମଞ୍ଚାସୀନ ରହିଥିଲେ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ରାଜ୍ୟ ସରକାର ଓଡ଼ିଶାରେ ପ୍ରଥମେ ୨୦ ଫେବୃଆରୀ ୨୦୨୧ ମସିହା ରେ ଏହାକୁ ପୂର୍ଣ୍ଣାଙ୍ଗ ରୂପ ରେ ଘୋଷଣା କରିଥିଲା। ୧୭ ନଭେମ୍ବର ୨୦୨୨ ମସିହା ରେ ଏହାର ପୂର୍ଣ୍ଣାଙ୍ଗ ସଂଶୋଧିତ ମାର୍ଗ ଦର୍ଶିକା ଜାରୀ କରାଯାଇଥିଲା। ମୁକ୍ତା ଯୋଜନାକୁ କିଭଳି ସଫଳ ରୂପାୟନ କରିବା ଏବଂ ଏହାର ଦକ୍ଷତା ବିକାଶ କରିବା ଦିଗରେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହିଥିବା ପୌର ପରିଷଦର ସମସ୍ତ ୱାର୍ଡ ମେମ୍ବର , ମିଶନ ଶକ୍ତି ଗୋଷ୍ଠୀ ଓ ପୌର ସଂସ୍ଥା ଅଧିକାରୀ ମାନଙ୍କୁ ତାଲିମ ଦେବା ତଥା ଦକ୍ଷତା ବିକାଶ କରାଇବା ନିମନ୍ତେ ରାଜ୍ୟ ସ୍ତରୀୟ ମୁକ୍ତା ସେଲ୍ ପକ୍ଷରୁ ରାଜ୍ୟ କୋଡ଼ିନେଟର ଶ୍ରୀ ମନୋରଞ୍ଜନ ମହାରଣା ଓ ଉପହାର ବେହେରା ଆସି ତାଲିମ ପ୍ରଦାନ କରିଥିଲେ । ଚଳିତ ଆର୍ଥିକ ବର୍ଷ ୨୦୨୩ – ୨୪ ନିମନ୍ତେ ଗୁଣପୁର ପୌର ପରିଷଦକୁ ରାଜ୍ୟ ସରକାର ଙ୍କ ପକ୍ଷରୁ ୫ କୋଟି ୩୪ ଲକ୍ଷ ଟଙ୍କା ୬୭ ପ୍ରକଳ୍ପ ନିମନ୍ତେ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ପୌର ପରିଷଦର ଏମ୍.ଇ ଶ୍ରୀ ବିଶ୍ଵନାଥ ସାର୍କା ଓ ଗୁଣପୁର ପୌର ପରିଷଦ ଅନ୍ତର୍ଗତ ମୁକ୍ତା ଯୋଜନାର କନିଷ୍ଠ ଯନ୍ତ୍ରୀ ଶ୍ରୀ ରବୀନ୍ଦ୍ରନାଥ ଦାଶ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମିଶନ୍ ଶକ୍ତି ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ l
