September 17, 2026
ytuyu-1-292x300-1-150x150-1-150x150-1-150x150-1
Share

*╭──────────────────╮*
*🌄ସକାଳର ଖବର, ୭-ଜୁଲାଇ-୨୦୨୩, ଶୁକ୍ରବାର*
*╰──────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଆଜିଠାରୁ ଆରମ୍ଭ ହେବ +2 ପ୍ରଥମ ପର୍ଯ୍ୟାୟ ନାମଲେଖା l ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ।

➡️୨-କେଦାରନାଥ ଧାମରେ ମୋବାଇଲ୍ ହେଲା ମନା । ଶ୍ରଦ୍ଧାଳୁଙ୍କ ଧର୍ମୀୟ ଭାବନାକୁ ଆଘାତ ହେଉଥିବା ଦର୍ଶାଇ ମନ୍ଦିର ପରିସରରେ ମୋବାଇଲ୍ ବ୍ୟବହାରକୁ ମନା କରାଯାଇଛି ।

➡️୩-ଆରମ୍ଭ ହେଲା ଓଜେଇଇ କାଉନସେଲିଂ l ଚଳିତବର୍ଷ ୪ଟି ରାଉଣ୍ଡରେ ଛାତ୍ରଛାତ୍ରୀଙ୍କ ନାମଲେଖା ଅନୁଷ୍ଠିତ ହେବ l

➡️୪-ପ୍ରକାଶ ପାଇଲା ପ୍ଲସ-ଟୁ କଟ୍ ଅଫ୍ ମାର୍କ । କଳା, ବାଣିଜ୍ୟ ଏବଂ ବିଜ୍ଞାନରେ କଟକର ରେଭେନ୍ସା ହାଇଅର ସେକେଣ୍ଡାରୀ ସ୍କୁଲ ରହିଛି ଆଗରେ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ଛାତ୍ରଛାତ୍ରୀ ନାମଲେଖାଇବା ପାଇଁ ମନୋନୀତ ହୋଇଛନ୍ତି ।

➡️୫-ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ରାଜ୍ୟର ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ, ଦାୟିତ୍ୱ ନେବେ ମିଶନ ଶକ୍ତିର ମା ଓ ଶିକ୍ଷିତ ଯୁବକ ଯୁବତୀ l

➡️୬-ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚନ୍ଦ୍ରାୟନ-୩ ଶ୍ରୀହରିକୋଟା ଏସ୍‌ଡିଏସ୍‌ସିରୁ ୨୦୨୩ ଜୁଲାଇ ୧୪ ତାରିଖ ଦିନ ୨ଟା ୩୫ରେ ହେବ ଲଞ୍ଚ୍‌ l ଏ ନେଇ ଇସ୍ରୋ ଟ୍ୱିଟ୍ କରି ଦେଲେ ସୂଚନା l

➡️୭-କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ପାଇଁ ୪୫ଟି ଅଗ୍ନିଶମ ପଦବୀ ମଞ୍ଜୁର କଲେ ରାଜ୍ୟ ସରକାର l
➡️୮-ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ୯ରୁ ବଢିବ ବର୍ଷାର ପରିମାଣ, ୨୪ ଘଣ୍ଟାରେ ଭିଜିବ ଆଭ୍ୟନ୍ତରୀଣ ଓଡ଼ିଶା l

➡️୯-ଦ୍ୱିତୀୟ ଦିନରେ ଡିଏନ୍ ଗ୍ରୁପରେ ଆୟକର ଚଢ଼ାଉ । କୋଟି କୋଟି ଟଙ୍କା ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ । ସେପଟେ ଟଙ୍କାର ପରିମାଣ ନେଇ ମୁହଁ ଖୋଲୁନି ଆୟକର ବିଭାଗ l

➡️୧୦-ଖୁବ ଶୀଘ୍ର ମୁକ୍ତିଲାଭ କରିବ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’, ରିଲିଜ ହେଲା ଅଡିଓ l ଏହି ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ।

➡️୧୧-ଚଳିତବର୍ଷ ଜୁନ ମାସରେ ଦେଶରେ ଗାଡ଼ି ବିକ୍ରି ଗତବର୍ଷ ଜୁନ ତୁଳନାରେ ୧୦ ପ୍ରତିଶତ ହେଲା ବୃଦ୍ଧି l ସେହିପରି ଦୁଇ ଚକିଆ ଯାନ ବିକ୍ରି ଉକ୍ତ ମାସରେ ୭ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଯାତ୍ରୀବାହୀ ଯାନ ବିକ୍ରି ୫ ପ୍ରତିଶତ ବୃଦ୍ଧି ଘଟିଛି।
➡️୧୨-ନକଲି ଔଷଧ ବିକ୍ରି ଅଭିଯୋଗରେ ଅନୁଗୋଳ ସହରର ଦୁଇଟି ଔଷଧ ଦୋକାନ ହେଲା ସିଲ୍‌ l ଏହି ଦୁଇଟି ଔଷଧ ଦୋକାନରେ ନକଲି Pantocid DSR ‍ବିକ୍ରି ହେଉଥିବା ନେଇ ଅଭିଯୋଗ ହୋଇଥିଲା l
➡️୧୩-ଜଷ୍ଟିସ ଶୁଭାଶିଷ ତାଳପତ୍ରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କଲେ ସୁପ୍ରିମକୋର୍ଟ କଲେଜିୟମ।

➡️୧୪-​‌କହ୍ନେୟା କୁମାରଙ୍କୁ କଂଗ୍ରେସ ଦେଲା ବଡ଼ ଦାୟିତ୍ବ, NSUIର ପ୍ରଭାରୀ ଭାବରେ ନିଯୁକ୍ତ କଲା ଦଳ l

➡️୧୫-୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଜୁଲାଇ ୧୮ରେ ବସିବ ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ, ପୁଣି ଏନଡିଏ ମେଣ୍ଟରେ ସାମିଲ ହେଇପାରନ୍ତି ଏକାଧିକ ପାର୍ଟି l
➡️୧୬-ପ୍ରଥମ ଥର ପାଇଁ ଭାରତ ବାହାରେ ତାଞ୍ଜାନିଆରେ ହେବ ଆଇଆଇଟି କ୍ୟାମ୍ପସ୍‌, ଦୁଇ ଦେଶ ମଧ୍ୟରେ ହେଲା ଚୁକ୍ତିନାମା l

➡️୧୭-୧୪ ଜୁଲାଇ ଫ୍ରାନ୍ସର ବାଷ୍ଟିଲ ଡେ ସେଲିବ୍ରେସନ ଦିବସରେ ଶକ୍ତି ପ୍ରଦର୍ଶନ କରିବ ଭାରତୀୟ ସେନା। ଏଥିପାଇଁ ପ୍ୟାରିସ ଅଭିମୁଖେ ଯାଇଛନ୍ତି ଭାରତୀୟ ଟିମ୍।

➡️୧୮-ସ୍କଟଲାଣ୍ଡକୁ ହରାଇ ବିଶ୍ୱକପରେ ଏଣ୍ଟ୍ରି ମାରିଲା ନେଦରଲାଣ୍ଡସ l ୨୦୨୩ରେ ପଞ୍ଚମ ଥର ପାଇଁ ବିଶ୍ୱକପ ଖେଳିବ । ୧୦ଟି ଟିମ ଏବେ ପୂରା ପ୍ରସ୍ତୁତ l

➡️୧୯-ବିଶ୍ୱର ସବୁଠୁ ବଡ଼ ହକି ଷ୍ଟାଡିୟମ ଭାବେ ମାନ୍ୟତା ପାଇଥିବା ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମର ଭାଙ୍ଗିଲା ୪୦ ଫୁଟର ହକି ସ୍ମାରକୀ, ଧସିଲା ପାଚେରୀ । ସାମ୍ନାକୁ ଆସିଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମର ଦୟନୀୟ ଚିତ୍ର l

➡️୨୦-ଜାତୀୟ କନିଷ୍ଠ ବାଳିକା ହକି ଖେଳରେ ଆଜି ସନ୍ଧ୍ୟା ସାଢ଼େ ୮ଟାରେ ମଧ୍ୟପ୍ରଦେଶ ଓ ଝାଡ଼ଖଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*

*🔅ଆଜି ସର୍ବଭାରତୀୟ କ୍ଷମା ଦିବସ ll*
*🔅ଆଜି ମନସା ପଞ୍ଚମୀ ll*
*🔅ଆଜି ବିଶ୍ୱ ଚକୋଲେଟ୍ ଦିବସ ll*
*🔅ଆଜି ଶ୍ରୀ ମହେନ୍ଦ୍ର ସିଂ ଧୋନିଙ୍କ ଜନ୍ମଦିନ ll*
*🔅ଆଜି ଅଭିନେତା ଦିଲୀପ କୁମାର ସ୍ମୃତି ଦିବସ ll*

*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*