କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ। ଶ୍ରୀ ସତ୍ଯସାଇ ସେବା ସଂଗଠନର ଅମୃତବିନ୍ଦୁ କାର୍ଯ୍ୟକ୍ରମ।
କେନ୍ଦୁଝର ଜିଲ୍ଲା ରିପୋର୍ଟର ମନମୋହନ ନାୟକ।
ଶ୍ରୀ ସତ୍ଯସାଇ ସେବା ସଂଗଠନର ଅମୃତବିନ୍ଦୁ କାର୍ଯ୍ୟକ୍ରମ।
****************************
ହାଟଡିହି ବ୍ଲକ ଅନ୍ତର୍ଗତ ଶାଳଣିଆଁସ୍ଥିତ ଶ୍ରୀ ସତ୍ଯସାଇ ବାବାଙ୍କ ମନ୍ଦିରରେ ଶ୍ରୀ ସତ୍ଯସାଇ ସେବା ସଂଗଠନ ଶାଳଣିଆଁ ଭଜନ ମଣ୍ଡଳୀ ପକ୍ଷରୁ ଗ୍ରୀଷ୍ମକାଳୀନ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଅସହାୟଙ୍କର ସହାୟ, ଦୟାଳୁ ଧର୍ମପରାୟଣ ବ୍ଯକ୍ତି ସ୍ବର୍ଗତ ନାରାୟଣ ଚନ୍ଦ୍ର ବେହେରାଙ୍କ ଜନ୍ମ ଦିବସ ଅବସରରେ ତାଙ୍କର ସ୍ମୃତିକୁ ମନେ ରଖିବା ପାଇଁ ଏହି ଗ୍ରୀଷ୍ମକାଳୀନ ଅମୃତ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଅଛି। ଏଥିରେ ବିଷ୍ଣୁ ପ୍ରସାଦ ଜେନା, ବିଭୁତି ଭୂଷଣ ବେହେରା, ସସ୍ମିତା ସେଠୀ, ବିଶ୍ବକଲ୍ଯାଣୀ ବେହେରା ଓ ସାଇସ୍ବନି ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ ଅମୃତ ବିନ୍ଦୁ ଶିବିରରେ 40 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ଦାତାଙ୍କ ମଧ୍ଯରେ ଅନନ୍ତ ସାହୁ, ବିକାଶ ସିଂହ, ଆଶିଶ ସିଂହ, ମହେନ୍ଦ୍ର ସିଂହ, ପ୍ରିୟଙ୍କା ସେଠୀ, ଅନୁପମା ବେହେରା, ଗୁରୁଚରଣ ସେଠୀ, ଅମୀୟ କୁମାର ସେନାପତି, ସୁରେନ୍ଦ୍ର ରଣା, ଗୌରାଙ୍ଗ ରଣା, ପିତବାସ ପାଗଳ, ପ୍ରଦୀପ ବେହେରା, କୁନୁ ଯେନା, ଉଦୟ ଯେନା, କେଦାର ବାରିକ, ତପୁ ବାରିକ, ସୁରେଶ ନାୟକ, ପର୍ଶୁରାମ ଯେନା ଆଦି ବହୁ ବ୍ଯକ୍ତି ରକ୍ତ ଦାନ କରିଥିବାବେଳେ କିଶୋର କୁମାର ସିଂହ, ବିପିନୀ କୁଅଁର, ବିଶ୍ବ ଜନନୀ ବେହେରା, ବିଶ୍ବ ବିଜୟନୀ ବେହେରା, ବେଦମତି ବାରିକ, ମଞ୍ଜୁଲତା ବାରିକ, ପୂର୍ଣ୍ଣିମା ସିଂହ, ନିରୂପମା ବାରିକ ଏବଂ ସିତୁ ଜେନା ଆଦି ଉପସ୍ଥିତ ରହି ସହଯୋଗ କରିଥିଲେ।
