June 6, 2026

ଠାକୁର ଚନ୍ଦ୍ରଶେଖର ସ୍ବାମୀଙ୍କ ଶୀତଳ ଷଷ୍ଠୀ ଯାତ୍ରା

IMG-20230606-WA0054
Share

ଠାକୁର ଚନ୍ଦ୍ରଶେଖର ସ୍ବାମୀଙ୍କ ଶୀତଳ ଷଷ୍ଠୀ ଯାତ୍ରା
ବୁଗୁଡା : ତା ୦୬/୦୬/୨୩ : ବୁଗୁଡା ଏନ୍ଏସି ଅନ୍ତର୍ଗତ
ହରିଶରଣପୁର ଶାସନରେ ସୋମବାର ରାତିରେ
ଠାକୁର ଚନ୍ଦ୍ରଶେଖର ସ୍ବାମୀଙ୍କ ଶୀତଳ ଷଷ୍ଠୀ ଯାତ୍ରା
ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଦ୍ବିଦିବସୀୟ ଯାତ୍ରା ଅବସରରେ ପୂଜକ କୈଳାସ ଚନ୍ଦ୍ର ପାଢୀଙ୍କ କର୍ତ୍ତୃକ ଠାକୁରଙ୍କ ଶୀତଳମଣି କାର୍ଯ୍ୟକ୍ରମ ପଶ୍ଚାତ୍ ଗ୍ରାମ୍ଯ ପରିକ୍ରମା କାଳରେ ପ୍ରତ୍ଯେକ ଗୃହକର୍ତ୍ତାଙ୍କ ଦ୍ବାରା ଅର୍ପିତ ଦୁଆରଭୋଗ ଗ୍ରହଣ କରାଯାଇଥିଲା ।
ଠାକୁରଙ୍କୁ ଚଉଦୋଳରେ ବିରାଜମାନ କରାଇ ବାଦ୍ଯ ବାଜଣା ସାଙ୍ଗକୁ ବେଶ ପଟୁଆରରେ ଗ୍ରାମ୍ଯ ପରିକ୍ରମା କରାଯାଇଥିଲା । ଏଥି ସହ ଠାକୁରଙ୍କ ଉକ୍ତ ଦ୍ବିଦିବସୀୟ ଯାତ୍ରା କାଳରେ ଦାସକାଠିଆ , ଭାରତଲୀଳା ଓ ଭକ୍ତ ପ୍ରହ୍ଲାଦ ନାଟକ ଆଦି ପରିବେଷଣ କରାଯାଇଥିଲା । ମନ୍ଦିର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦ୍ରଶେଖର ଯୁବକ ସଂଘ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଥିଲା ।

You may have missed