August 19, 2026

ଧର୍ମକୁ ଆଖିଠାର ମାରି ସବୁ ଚଳୁ କରିଦେଉଛନ୍ତି ! ଧର୍ମ ସହିଲେ ହେଲା

ccc36cd4-f866-4276-8565-9fb8b8804051
Share


++++++++++++++++++++
ଏରସମା :- ଶାସକ ସରକାରଙ୍କ ଯୋଜନା ପ୍ରବଳ କାର୍ଯ୍ୟ ଦୁର୍ବଳ ! ଜଗତସିଂହପୁର ଜିଲ୍ଲାର ପ୍ରତି ବ୍ଲକରେ ଦୁର୍ନୀତି ! ପ୍ରଶାସନ ସବୁ ଜାଣି ରାଜନୈତିକ ଚାପରେ ଗାନ୍ଧିଜୀ ଙ୍କର ତିନି ମାଙ୍କଡ଼ ପାଲଟି ଯାଇଛନ୍ତି ! ଅଭିଯୋଗ ପରେ ଅଭିଯୋଗ ହେଉଥିଲେ ବି କିଛି ଫରକ ପଡୁନାହିଁ ପ୍ରଶାସକ ଙ୍କ ଉପରେ ! ତେଣୁ ଖଜୁରୀ ଗଛର କି ଗୁଣ ଗାଇବି ମୁଳୁରୁ ପାହାଚ ପାହାଚ ! ଦୁର୍ନୀତିର ଚେର ଭାରି ଗଭୀର ! ନହେଲେ ନିଶ ନ ଥିବା ଲୋକ ବି ନିଶରେ ହାତମାରି ଖାତିର ଦେଖାଉଛି ! ଏସବୁ କଥା ଆମର ନୁହେଁ ଆଜ୍ଞା! ଏରସମା ବ୍ଲକର ଜାନକାଦେଇପୁର ପଞ୍ଚାୟତର କିଛି ଅବହେଳିତ ନାଗରିକ ମାନଙ୍କର ମତ ! ଖବର ଅନୁସାରେ ଉକ୍ତ ପଞ୍ଚାୟତରେ ମନରେଗା କାର୍ଯ୍ୟରେ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲଂଘନ କରାଯାଇ,ବ୍ୟାପକ ଦୁର୍ନୀତି କରାଯାଇ ଥିବାରୁ ଏହାରି ପ୍ରତିବାଦରେ କଂଗ୍ରେସ କମିଟିର ଆହ୍ୱାନରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି !ଉକ୍ତ ସମ୍ମିଳନୀରେ ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ଜଡିତ କାର୍ଯ୍ୟର ଖୋଲାସା କରାଯାଇଥିଲା !ଜେସିବି ମେସିନ ସାହାଯ୍ୟରେ ମନରେଗା କାର୍ଯ୍ୟ କରାଯାଇ ଜବ କାର୍ଡଧାରୀଙ୍କୁ ଉପେକ୍ଷା କରାଯାଇଛି ! ଦୀନ ମଜୁରିଆ ମାନେ କାମ ନ ପାଇ ପରିବାର କରିବାରେ ଦୁର୍ବିସହ ହୋଇ ପଡୁଛନ୍ତି କିନ୍ତୁ ସରକାରଙ୍କ ଘୋଷିତ ଆତ୍ମନିର୍ଭରଶୀଳ ଯବକାର୍ଡ ର ମୂଲ୍ୟ ମିଛ ଗୁଜବରେ ପରିଣତ ହୋଇଛି ! କଂଗ୍ରେସ କମିଟିର ସଭାପତି ସୁଦର୍ଶନ କାଣ୍ଡି ଯୋଗଦେଇ କହିଥିଲେ ଯେ, ଆର୍ଥିକ ବର୍ଷ 2022/23, ଯୋଜନାର ସମସ୍ତ କାର୍ଯ୍ୟରେ ଖାଲି ଦୁର୍ନୀତି ଆଉ ଦୁର୍ନୀତି ! ସରକାରୀ ନିୟମରେ ପଦାଘାତ କରି ମନମୁଖୀ କାର୍ଯ୍ୟ କରାଯାଇଛି ବୋଲି ମତବ୍ୟକ୍ତ କରାଯାଇଛି ! ବିନାଫଳକରେ କାର୍ଯ୍ୟ କରିବା କୋଉ ଆଇନ ସଂଗତ ବୋଲି ପ୍ରଶ୍ନ କରିଛନ୍ତି ପ୍ରଶାସନକୁ !ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦ୍ଵିଜରାଜ ଦାସ ଯୋଗଦେଇ କହିଥିଲେ ଯେ,ଜାନକାଦେଇପୁର ହନୁମାନ ପଡିଆ, ଅଙ୍ଗନବାଡି ପଡିଆ, ଗ୍ରାମଦେବତୀ ପଡିଆ ପୋତାରେ ବ୍ୟାପକ ଅର୍ଥ ହେରଫେର ହୋଇଛି ! ଯୋଉ କାର୍ଯ୍ୟରେ ବ୍ଲକ ପ୍ରଶାସନ ସଂଶ୍ଲିଷ୍ଟ ଅଛନ୍ତି !ବଳରାମପୁର ରୁ ବହୁଳିଆ ରାସ୍ତା ନିର୍ମାଣରେ ବି ସରକାରୀ ନିୟମର ଧଜିଆ ଉଡେଇ ଅର୍ଥ ଆତ୍ମସାତ କରାଯାଇଛି !ଏହା ବ୍ୟତୀତ ପଞ୍ଚାୟତରେ ବାର୍ଦ୍ଧକ୍ୟ ଭତ୍ତା ପାଇଁ ବୟସ 60 ରୁ ଉର୍ଧ୍ଵ ହୋଇଥିଲେ ମଧ୍ୟ ଜାଣିଶୁଣି ସେମାନଙ୍କର ଭତ୍ତାକୁ ଅଟକାଇ ରଖିଛନ୍ତି ! ସେମାନେ ହେଲେ ଲଚ୍ଛମାକଣ ର ବଟକୃଷ୍ଣ ସାହୁ,ନଟବର ସାହୁ, ସାହାଡ଼ା ର ଶଙ୍କର ସାହୁ, ଧ୍ରୁବ ମଲ୍ଲିକ,ସୁଦାମ ମଲ୍ଲିକ, ଗମ୍ଭାରୀକଣ ର ନିରଞ୍ଜନ ଦାସ, ବଂଶୀଧର ଦାସ ଓ ବାବାଜୀ ପଢ଼ିଆରୀ ପରି ଆହୁରି ଅନେକ ! ଏସବୁ ହୀନ ଦୁର୍ନୀତିକୁ ଆମେ ସହିଯାଉଛୁ ସିନା ହେଲେ ଭଗବାନ ନ ସହନ୍ତୁ ବୋଲି ଜନୈକ ବ୍ୟକ୍ତି ମତ ଦିଅନ୍ତି ! ତେବେ କଂଗ୍ରେସ କମିଟି ତରଫରୁ ମାନ୍ୟବର ଜିଲ୍ଲାପାଳ ମହୋଦୟା ଯେବେ ଏପରି କାର୍ଯ୍ୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ ନ କରିବେ ! ତାହାହେଲେ ଅନ୍ୟାୟ ବଢ଼ି ବଢ଼ି ଚାଲିବା ସହିତ ପ୍ରଶାସନ ଉପରୁ ସାଧାରଣ ଜନତାଙ୍କ ଅସ୍ଥା ତୁଟିଯିବ ବୋଲି ଖବରଦାତା ସମିଳନୀରେ ସୂଚିତ କରାଯାଇଛି ! ଦେଖିବାକୁ ରହିଲା କିପରି ନ୍ୟାୟ ପାଉଛନ୍ତି ଏହି ପଞ୍ଚାୟତର ଅଧିବାସୀ ମାନେ !
(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା )