August 16, 2026

ପରମା ନନ୍ଦ ମହାବିଦ୍ୟାଳୟର କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

IMG-20230505-WA0065
Share

 

 

 

ବୋଲଗଡ,୦୫/୦୫(ଉପାନ୍ତ ଓଡିଶା)ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ପରମାନନ୍ଦ ମହାବିଦ୍ୟାଳୟ ର କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ବର୍ଷ ଧରି ଏହି ନିର୍ବାଚନ ପ୍ରକ୍ରିୟା କାର୍ଯ୍ୟକ୍ରମ ହୋଇ ନଥିବା ବେଳେ ଏହାକୁ ଆଜିଠାରୁ କାର୍ଯ୍ୟକାରୀ କରାଯିବାପାଇଁ ପ୍ରସ୍ତାବ ଗୃହୀତ କରାଯାଇଛି ।ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ବରିଷ୍ଟ କିରାଣୀ ସତ୍ୟବ୍ରତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ଏବଂ ଡେମୋନଷ୍ଟ୍ରେଟର ମାନଙ୍କ ଦ୍ଵାରା ଏକ ବୈଠକ ଆୟୋଜନ କରାଯାଇଥିଲା ।ସଦସ୍ୟ ମାନଙ୍କ ସର୍ବସମ୍ମତି କ୍ରମେ ସଂଘର ସଭାପତି ମନୋସ୍ତତ୍ଵ ବିଜ୍ଞାନ ଡେମୋନଷ୍ଟ୍ରେଟର ବିଶ୍ଵ ମୋହନ ନରେନ୍ଦ୍ରଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା। ସେହିପରି ଉପସଭାପତି ସତ୍ୟାନନ୍ଦ ବୈରୀଗଞ୍ଜନ , ସଂପାଦକ ପଦାର୍ଥ ବିଜ୍ଞାନ ଡେମୋନଷ୍ଟ୍ରେଟର ବୈଦ୍ୟନାଥ ହୋତା ,ରମାକାନ୍ତ ରାଉଳ ସହସଂପାଦକ ଓ ସନାତନ ସାହୁଙ୍କୁ କୋଷାଧ୍ୟକ୍ଷ ଭାବେ ଗୃହୀତ କରାଯାଇ ଦାୟିତ୍ଵ ପ୍ରଦାନ କରାଯାଇଥିଲା । ସଭାପତି ଆଗାମୀ କାର୍ଯ୍ୟ ପନ୍ଥା ବିଷୟରେ ସମ୍ୟକ୍ ସୂଚନା ଦେଇ କିଭଳି ପରମାନନ୍ଦ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ସହଯୋଗ ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ପରିଶେଷରେ ମହାବିଦ୍ୟାଳୟର ସମସ୍ତ ସଦସ୍ୟ , ସଦସ୍ୟା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

 

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)