November 16, 2026

ହୁଗୁଳାପଟ୍ଟାରେ ପାପ କଳସୀରେ ପୂଣ୍ୟ ତୁଳସୀ ମଞ୍ଚସ୍ଥ

IMG-20230505-WA0004
Share

ହୁଗୁଳାପଟ୍ଟାରେ ପାପ କଳସୀରେ ପୂଣ୍ୟ ତୁଳସୀ ମଞ୍ଚସ୍ଥ

କୁକୁଡ଼ାଖଣ୍ତି ବ୍ଲକ ଅନ୍ତର୍ଗତ ହୁଗୁଳାପଟ୍ଟା ଗ୍ରାମରେ ଶ୍ରୀ ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂସଦ ତରଫରୁ ” ପାପ କଳସୀରେ ପୂଣ୍ୟ ତୁଳସୀ ” ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। ଏଥିରେ ଗୋପାଳପୁର ବିଧାୟକ ଡଃ ପ୍ରଦୀପ କୁମାର ପାଣିଗ୍ରାହୀ
ମୁଖ୍ୟ ଅତିଥିଭାବେ ଯୋଗଦେଇ ସାମାଜିକ ନାଟକ ଉଦଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ l ଏଥିରେ ଲୋଚାପଡା ସରପଞ୍ଚ ଏଲ୍.ମୋହନ ଦାସ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବେଳେ ପ୍ରଦୀପ ସେନା ସଭାପତି ଏନ୍.ଗଙ୍ଗାଧର ପାତ୍ର, ବାଲ୍ୟ ଦଳେଇ, ପ୍ରତାପ ମିଶ୍ର, ଅବସର ପ୍ରାପ୍ତ ଶିକ୍ଷକ ମୁରଲୀଧର ସ୍ବାଇଁ, ଯୁବ ନେତା
ଆର. କୁଞ୍ଜ ବିହାରୀ, ଏମ. ସୁଶାନ୍ତ, କେଦାରନାଥ ସ୍ୱାଇଁ, ମନ୍ଦିର ପରିଚାଳନା କମିଟିର ସଭାପତି ଉଦୟନାଥ ସ୍ୱାଇଁ, ନିରଞ୍ଜନ ସ୍ୱାଇଁ, ସୁଦାମ ସ୍ୱାଇଁ, ବିଚିତ୍ର ସ୍ୱାଇଁ, ରାମଚନ୍ଦ୍ର ସ୍ୱାଇଁ, ମୋଦନ ସ୍ୱାଇଁ, ପି.ସୂର୍ଯ୍ୟନାରାୟଣ ପାତ୍ର, ଟୁନା ସାହୁ, ବି. ବୁଧିଆ ପାତ୍ର, କେଶବ ବେହେରାଙ୍କ ସମେତ ହୁଗୁଳାପଟ୍ଟା ଗ୍ରାମରେ ଯାତ୍ରା ପରିଚାଳନା କମିଟିରେ ସମସ୍ତ ସଦସ୍ୟ ଓ ଗ୍ରାମବାସୀଙ୍କ ଉପସ୍ଥିତ ରହି ଯାତ୍ରାକୁ ପରିଚାଳନାରେ ସହଯୋଗ କରିଥିଲେ l କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତି/ରିପୋର୍ଟ

You may have missed