October 14, 2026

ଉମରକୋଟ ଠାରେ ଆଦିବାସୀ ସଂସ୍କୃତି ଭବନ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ଗଣଶିକ୍ଷା ମନ୍ତ୍ରୀ

WhatsApp Image 2026-04-04 at 9.53.56 AM
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ପୌରାଞ୍ଚଳ ମେନ୍ଧାବେଡା ଠାରେ ଆଜି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ୫୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଆଦିବାସୀ ସଂସ୍କୃତି ଭବନର ଶିଳାନ୍ୟାସ କରିଛନ୍ତି। ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଏହି ପ୍ରକଳ୍ପ ନିର୍ମାଣ ହେବ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ ସମଗ୍ର ଓଡ଼ିଶାର ୧୨୧ଟି ଆଦିବାସୀ ବହୁଳ ବ୍ଲକରେ ଏପରି ସାଂସ୍କୃତିକ ଭବନ ନିର୍ମାଣ କରାଯିବ ଓ ପାପଡାହାଣ୍ଡି ଠାରେ ଏକ ଆଦିବାସୀ ଅଡିଟୋରିୟମ୍ ର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା , ରାଜ୍ୟ ବିଜେପି ଉପସଭାପତି ରମେଶ ସାହୁ, ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ କୁମାର ପାଢ଼ୀ, ଏମପି ପ୍ରତିନିଧି ବାସନ୍ତୀ ମାଝୀ, ଜିଲା ଆଦିବାସୀ ମୋର୍ଚା ସାଧାରଣ ସମ୍ପାଦକ ଲଛମନ ମାଝୀ, ଜିଲା ଆଦିବାସୀ ମହାସଂଘ ର ଜିଲା ସଭାପତି ଘନ ମାଝୀ,ଆଦିବାସୀ ମହାସଂଘର ଷ୍ଟେଟ କୋଡିନେଟର ରାଜମନ ଭତରା, ଜିଲା ଜନଜାତି କୋଷାଧକ୍ଷ ଦଶରଥ ଗଣ୍ଡ, ଜନଜାତି ବ୍ଲକ କର୍ମଚାରୀ ସଙ୍ଘ ସଭାପତି ଖିରୋଦ କୁମାର ମାଝୀ, ଜନଜାତି ବ୍ଲକ ସଭାପତି ବିରସିଂ ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଲାଇବନ ଭକ୍ତ, ଗଣ୍ଡ ସମାଜର ଉପଦେଷ୍ଟା ମଣିରାମ ଗଣ୍ଡ, ପୁନିତରାମ ଗଣ୍ଡ,ଭଜନାଥ ଗଣ୍ଡ,ଜୟରାମ ଭତରା ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ହାଟପଡ଼ାରୁ – ଖୁଟୁଗୁଡ଼ା ରାସ୍ତା , କୁର୍ଶୀ -ଜୁନାପାଣି ରାସ୍ତା, ଦଳାଙ୍ଗପଡ଼ା – ମତେସାହି, ବନିପଦର – କୋଇଲୁପଡ଼ା କେରିପଦର – ନାଗରାଛରା ଏହି ପାଞ୍ଚଟି ପ୍ରତ୍ୟେକ ରାସ୍ତାକୁ ୧୦. ୫୦ ଲକ୍ଷ ଟଙ୍କା , କୁର୍ସି ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରା ବାସ ନିର୍ମାଣ ପାଇଁ ୩ କୋଟି ଟଙ୍କାର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

You may have missed