August 19, 2026

ଆଇ ଟି ଆଇ ଛାତ୍ରୀ ନିବାସ ରେ ଛାତ୍ରୀ ଙ୍କ ଆତ୍ମହତ୍ୟା !

ihioooo
Share

ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ରେ ଥିବା ଆଇ ଟି ଆଇ କଲେଜ ର ଛାତ୍ରୀ ନିବାସ ରେ ଗତକାଲି ରାତିରେ ରାଇଘର ବ୍ଲକ ସରଗୁଲି ନିକଟରେ ଥିବା ସାଲେଭଟା ଗ୍ରାମ ର ନାଗେଶ୍ୱରୀ ଗଣ୍ଡ (17)ଆର ଏ ସି ବିଭାଗର ଦ୍ଵିତୀୟ ବର୍ଷ ର ଛାତ୍ରୀ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି !
ସୂଚନା ଅନୁସାରେ :ନାଗେଶ୍ୱରୀ ଗଣ୍ଡ ଅନେକ ଦିନ ହେଲା ଛୁଟି ରେ ନିଜ ଘରକୁ ଯାଇଥିଲେ ଏବଂ ସେ ଗତ ସୋମବାର ଦିନ ହିଁ କଲେଜ କୁ ଆସିଥିଲେ!ଗତକାଲି ରାତିରେ ତାଙ୍କ ସହପାଠୀ ପାୟଲ ଓ କିଶୋରୀ ଦୁହେଁ ନାଗେଶ୍ୱରୀ ଙ୍କ ସହ ରୁମ ନଂ 2 ରେ ନିଜ ପାଠପଢ଼ା ବିଷୟରେ ଆଲୋଚନା କରିଥିଲେ! କିଛି ସମୟ ପରେ ପାୟଲ ଓ କିଶୋରୀ ଅନ୍ୟ ଏକ ରୁମ କୁ ଯାଇଥିଲେ ଏବଂ ନାଗେଶ୍ୱରୀ ରୁମ ନଂ 2 ରେ ଭିତର ପଟୁ କବାଟ କରିଦେଇଥିଲେ!ସକାଳ ଯେତେବେଳେ ଅନ୍ୟ ଛାତ୍ରୀମାନେ ନାଗେଶ୍ୱରୀ କୁ ଡାକିଥିଲେ କିନ୍ତୁ କୌଣସି ଉତ୍ତର ମିଳି ନ ଥିଲା!ପରେ ଝରକା ପଟରୁ ନାଗେଶ୍ୱରୀ ଙ୍କ ଝୁଲନ୍ତା ଶରୀର ଦେଖିବାକୁ ପାଇଥିଲେ!ଏହା ଦେଖି କଲେଜ ର ପ୍ରିନ୍ସିପାଲ ରବୀନ୍ଦ୍ର କୁମାର କର ପୋଲିସ କୁ ଜଣେଇଥିଲେ!ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବୁରୁଦା, ଏସ ଆଇ ନୀଳିମା ପାଣିଗ୍ରାହୀ, ତହସିଲଦାର ତୁଳା ମୁଦୁଲି ଏବଂ ପୋଲିସ ଫୋର୍ସ ପହଞ୍ଚି କବାଟ ଭାଙ୍ଗି ଶବ ଟିକୁ ଉଦ୍ଧାର କରିଥିଲେ!ଏହା ଦେଖି ନାଗେଶ୍ୱରୀ ଙ୍କ ପରିବାରବର୍ଗ ଭାଙ୍ଗିପଡିଛନ୍ତି ! ଛାତ୍ରୀ କିପରି ଆତ୍ମହତ୍ୟା କରିଛି ତାହାର ତଦନ୍ତ ଜାରି ରଖିଛି ଉମରକୋଟ ପୋଲିସ!(ଉମରକୋଟରୁ ଏମ୍.ଦୀନା°ଶୁ ଆଚାରୀଙ୍କ ରିପୋଟ)