ବିଶ୍ବ ବନ୍ୟପ୍ରାଣୀ ଦିବସ ପାଳିତ
ବିଶ୍ବ ବନ୍ୟପ୍ରାଣୀମାନେଙ୍କ ଦିବସ ଉପଲକ୍ଷେ ବ୍ରହ୍ମପୁର ସବୁଜ ବାହିନୀ ପକ୍ଷରୁ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ରାମଗୁଡା ଗ୍ରାମରେ ବନ୍ୟଜନ୍ତୁ ସୁରକ୍ଷା ଏବଂ ଜଙ୍ଗଳରେ ଲାଗୁଥିବା ନିଆଁକୁ ନିୟନ୍ତ୍ରଣ କରିବା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ, ସମ୍ମାନିତ ଅତିଥି ଭାବେ ରେଞ୍ଜର ରଜତ କୁମାର ମିଶ୍ର, ରାମଗୁଡା ସରପଞ୍ଚ କାମିନୀ ନାୟକ ଓ ସ୍ଥାନୀୟ ଜନପ୍ରତିନିଧି ଟୁନା ନାୟକ ଯୋଗ ଦେଇଥିବା ବେଳେ ରାମଗୁଡ଼ା ଗ୍ରାମବାସୀ, ବିଭିନ୍ନ ବନ କର୍ମଚାରୀ ଓ କରଞ୍ଜେଇ ସେବାଶ୍ରମ ଶିକ୍ଷକ ଓ ଛାତ୍ରୀମାନେ ଉପସ୍ଥିତ ରହିଥିଲେ। ରାମଗୁଡା ଏକ ହାତୀ ଚଳପ୍ରଚଳ ଅଞ୍ଚଳ ହୋଇଥିବାରୁ ହାତୀର ସୁରକ୍ଷା ଏବଂ ହାତୀମାନଙ୍କ ଠାରୁ ଗ୍ରାମବାସୀମାନେ କିପରି ସୁରକ୍ଷିତ ରହି ପାରିବେ ସେ ବିଷୟରେ ଆଲୋଚନା ହେବା ସହ ବର୍ତ୍ତମାନ ଗ୍ରୀଷ୍ମ ଋତୁର ଆଗମନ ହେତୁ ଦିନକୁ ଦିନ ଉତ୍ତାପ ବଢିବା ସହ ଜଙ୍ଗଲରେ ନିଆଁ ଲାଗିଥିବାର ନଜର ଆସିଥାଏ। ତେଣୁ ପ୍ରାରମ୍ଭିକ ସ୍ତରରେ ନିଆଁକୁ କିଭଳି ଆୟତ୍ତ କରାଯିବ ତାହା ଉପରେ ସ୍ଥାନୀୟ ଗ୍ରାମବାସୀ ଓ ଛାତ୍ରୀମାନଙ୍କୁ ସେଚେତନ କରାଯାଇଥିଲା। ଗଂଜାମ ଜିଲ୍ଲା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ବେଳେ ଏଠାରେ ହାତୀ, କୃଷ୍ଣସାର ମୃଗ,ଅଲିଭ ରିଡ଼ଲେ କଇଁଛ,ମୟୂର ପ୍ରଭୃତି ବନ୍ୟଜନ୍ତୁ ଅଧିକ ମାତ୍ରାରେ ଦେଖାଯାଉଥିବାରୁ ଏମାନଙ୍କୁ ସୁରକ୍ଷା ଦେବା ଆମମାନଙ୍କ ଦାୟିତ୍ଵ ବୋଲି ବନଖଣ୍ଡ ଅଧିକାରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ତାହା ସହ ଦିନକୁ ଦିନ ଲୋପପାଉଥିବ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ସହ କିଭଳି ଆଗକୁ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀମାନଙ୍କ ବଂଶ ବୃଦ୍ଧି ପାଇବ ତାହା ଉପରେ ଆଲୋଚନା କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ସଭାପତିତ୍ଵ କରିଥିବା ବେଳେ ସମ୍ପାଦକ ଏ ପ୍ରକାଶ ସମ୍ପାଦନା କରିଥିଲେ। ଅନ୍ୟାନ୍ୟ ସଦସ୍ୟ ଭାବେ ଗଣେଶ ପାଣିଗ୍ରାହୀ, ଏମ.ଦିଲ୍ଲୀପ କୁମାର, ପି ବିନୋଦ , ଆକାଶ ରାଉତ, ପି.କିରଣ କୁମାର, କେ.କବିତା , ପ୍ରଣୟ ସାହୁ, ରବୀନ୍ଦ୍ର ସାହାଣୀ ପ୍ରଭୃତି ସଦସ୍ୟ ସହଯୋଗ କରିଥିଲେ। କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ
