ନୂତନ ଭାବେ ନିଯୁକ୍ତ ବିଜେଡି ଜିଲ୍ଲା ସଭାପତି ଙ୍କୁ ଆର. ଉଦୟଗିରି ଠାରେ ସମ୍ବର୍ଦ୍ଧନା ଦେଲେ ସ୍ତାନୀୟ ନେତା ଓ କର୍ମୀ
-ଗଜପତି ଜିଲ୍ଲାରେ ନୂତନ ଭାବେ ନିଯୁକ୍ତ ହୋଇଥିବା ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ ଙ୍କ ସହ ଆର. ଉଦୟଗିରି ବ୍ଲକ ସଭାପତି ଭୀମ ପାଇକ ଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତ ହୋଇଥିବା ବିଜେଡି ପଦାଧିକାରୀ ଙ୍କୁ ଆଜି ବିରାଟ ପଟୁଆରରେ ସହର ପରିକ୍ରମା ସହ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହି ସମାରୋହରେ ବ୍ଲକ ଅଧକ୍ଷ ଲକ୍ଷ୍ମୀ ନାରାୟଣ ଶବର ଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଙ୍କ ସମେତ ଶହ ଶହ କର୍ମୀ ସୁବେଛୁ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଙ୍କ ସମେତ ଅନ୍ୟ ପଦାଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।ଏହାର ଉତ୍ତରରେ ଦଳର କାର୍ଯ୍ୟ ଗାଁ ଗାଁ ରେ ସମସ୍ତ କାର୍ଯ୍ୟ କର୍ତ୍ତା ଏବଂ କର୍ମୀଙ୍କୁ ଧରି ପ୍ରଚାର କରିବା ସହ ଦଳକୁ ଆଗାମୀ ଦିନରେ ଆଗକୁ ନେବାକୁ ଲୋକଙ୍କ ସହଯୋଗରେ ନେବେ ବୋଲି ପ୍ରକାଶ କରିଥିଲେ।
