August 18, 2026

ଶ୍ରୀବଳଦେବଜୀଉଙ୍କ ଝୁଲଣମଣ୍ଡପ ନିକଟରେ ଟଳି ପଡିଲେ ସେବକ ।।

oiu9o9u
Share

କେନ୍ଦ୍ରାପଡା ଜିଲ୍ଲା ଇଛାପୁର ସ୍ଥିତ ଶ୍ରୀବଳଦେବଜୀଉଙ୍କ ଝୁଲଣ ମଣ୍ଡପ ନିକଟରେ ଗୁରୁବାର ଅପରାହ୍ନ ପ୍ରାୟ ଗୋଟାଏ ୫୦ମିନିଟ ସମୟରେ ଟଳି ପଡିଥିଲେ ଖଡିଅଙ୍ଗ ଗ୍ରାମର ପଣ୍ଡିତ କୃଷ୍ଣାନନ୍ଦ ପଣ୍ଡାଙ୍କ ପୁତ୍ର ତଥା ଶ୍ରୀଜୀଉଙ୍କ ସେବକ ପଦ୍ମଲୋଚନ ପଣ୍ଡା(୪୯) । ତାଙ୍କୁ ସେଙ୍ଗ ସେଙ୍ଗ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଶ୍ରୀଜୀଉଙ୍କ ମନ୍ଦିରକୁ ପ୍ରସାଦ ଆଣିବାକୁ ଯାଇଥିବା ବେଳେ ହଠାତ ହୃଦଘାତରେ ଶ୍ରୀଜୀଉଙ୍କ ଝୁଲଣ ମଣ୍ଡପରେ ଟଳି ପଡିଥିଲେ । ଖବର ପାଇ ଟାଉନ ଥାନା ପୋଲିସ ପହଞ୍ଚି ତାଙ୍କ ଶବ ଜବତ କରି ବ୍ୟବଛେଦ କରାଇବା ସହ ପରିବାରକୁ ହସ୍ତାନ୍ତର କରିଥିବା ଜଣାପଡିଛି । ତାଙ୍କ ବିୟୋଗ ଖବର ପାଇ ପୂର୍ବତନ ନଗରପାଳ ଧିରେନ ସାହୁ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମସମ୍ପାଦକ ରାଜେଶ ପଣ୍ଡା, ରଞ୍ଜିତ ସାହୁ, କାଉନସିଲର କାଳିପ୍ରସାଦ ମିଶ୍ର, ସଂଗମକେଶରୀ ସାମଲ, ଉମେଶ ଚନ୍ଦ୍ର ନାୟକ, ଯଯାତିକେଶରୀ ମହାନ୍ତି, ପ୍ରଶାନ୍ତ କୁମାର ସିଂ, ନିରାକାର ସ୍ୱାଇଁ, ସଞ୍ଜୟ ଜେନା, ମନୋଜ ସାହୁ, ସୁବାଷ କୁମାର ଚାନ୍ଦ, ଭାଇ ହିରଣ୍ୟ ପଣ୍ଡା, ବିଜୟ କୁମାର ମଣ୍ଡଳ ପ୍ରମୁଖ ତାଙ୍କ ବାସଭବନରେ ପହଂଚି ଶେଷଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଓ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ପ୍ରମୁଖ ଗଭିର ଶୋକବ୍ୟକ୍ତ କରିଛନ୍ତି । ଜୟୀପୁରାସ୍ଥିତ ବ୍ରାହ୍ମଣ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଏକମାତ୍ର ପୁତ୍ର ଭବତୋଷ ମୁଖାଗ୍ନି ଦେଇଥିଲେ । ଖଡିଅଙ୍ଗସ୍ଥିତ ମେଡିକାଲ ଛକରେ ଔଷଧ ଦୋକାନ କରିଥିବା ସ୍ୱର୍ଗତ ପଣ୍ଡାଙ୍କ ବିୟୋଗରେ ସହରର ସମସ୍ତ ଔଷଧ ଦୋକାନ ବନ୍ଦ ରହିଥିଲା ।
ରିପୋର୍ଟ – ଗୋକୁଳ

You may have missed