July 22, 2026

ଗୁଣୁପୁର ବ୍ଲକରେ ନୂତନ ବିଡିଓ

iojoujio
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଜି ଉଦୟଗିରି ତହସିଲଦାର ଶୁଭ୍ରଞ୍ଜଳି ପ୍ରଧାନଙ୍କୁ ବଦଳି କରାଯାଇଛି । ଏନେଇ ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସବୁବେଳେ ଚର୍ଚ୍ଚିତ ଓ ବିବାଦୀୟ ପରିସ୍ଥିତି ଗୁଣୁପୁର ବ୍ଲକ ରେ ଦେଖିବାକୁ ମିଳିଥାଏ । ତେଣୁ କୌଣସି ବିଡିଓ ଏଠାରେ ସ୍ଥାୟୀ ଭାବେ କାର୍ଯ୍ୟ ସମ୍ପାଦନ କରିବା କାଠିକର ପାଠ ହୋଇ ପଡୁଥିବା ରୁ ନୂତନ ବିଡ଼ିଓ କିପରି ସୁଚାରୁରୂପେ ଦାୟିତ୍ୱ ନେବେ ଦେଖିବାକୁ ରହିଛି ।