ଭାମଶ୍ୟାଳିରେ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ
ବୁଗୁଡା : ତା ୦୨/୦୩/୨୩ : ବୁଗୁଡ଼ା ବ୍ଲକର ଭାମଶ୍ୟାଳି ଗ୍ରାମରେ ଶ୍ରୀ ରାଧାକୃଷ୍ଣ ନାମ ସଂକୀର୍ତ୍ତିନ ସଂଘ ତରଫରୁ ୪୮ ପ୍ରହର ଅଖଣ୍ଡ ନାମଯଜ୍ଞ ଉତ୍ସବର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ନାମଯଜ୍ଞରେ କୁଆନଳା , ପାଟିଗଡ , ବୁଗୁଡ଼ା (ଯାଦବ ସାହି) , ଏକଡାଳ, ଶାଳବଣି, ହରଡାପଦର ଓ ଭାମଶ୍ୟାଳି ଆଦି ଗ୍ରାମର ସଂକୀର୍ତ୍ତିନ ମଣ୍ଡଳୀ ଅଂଶ ଗ୍ରହଣ କରିଛନ୍ତି । ଉକ୍ତ ନାମଯଜ୍ଞ ଉପଲକ୍ଷେ ଗତକାଲି ଅଙ୍କୁରାରୋପଣ , ଅଧିବାସ କର୍ମ , ଦୀକ୍ଷା ଗ୍ରହଣ ଓ କଳସ ଯାତ୍ରା ଆଦି କାର୍ଯ୍ୟକ୍ରମ ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ଅନୁଷ୍ଠିତ ହୋଇଥିଲା । ଆସନ୍ତା ୮ ତାରିଖ ଦିନ ଏହି ଅଖଣ୍ଡ ନାମଯଜ୍ଞର ପୂର୍ଣ୍ଣାହୁତି ସହ ଦଧିଭାଣ୍ଡ ଭଞ୍ଜନ ଓ ନଗର ପରିଭ୍ରମଣ କାର୍ଯ୍ୟକ୍ରମ ରହିଥିବା ନେଇ ଆୟୋଜକ ସଂସ୍ଥା ପକ୍ଷରୁ ପ୍ରକାଶ ପାଇଛି । ଏହି ନାମଯଜ୍ଞ ଓ ଅନ୍ନଯଜ୍ଞ ଉତ୍ସବ ପରିଚାଳନାରେ ଭାମଶ୍ୟାଳି ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଦେଖିବାକୁ ମିଳିଛି ।
