August 16, 2026

ଦୀର୍ଘ ବାଇଶି ବର୍ଷ ପରେ ଚାନ୍ଦିପୁଟ ଚର୍ଚ୍ଚରେ ଆରମ୍ଭ ହେଲା ମିଳିତ ପ୍ରାର୍ଥନା ସଭା

IMG-20230202-WA0015
Share

 ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଠାରେ ଥିବା ଖ୍ରୀଷ୍ଟ ଧର୍ମାଲମ୍ବୀଙ୍କ ନିମନ୍ତେ ଚର୍ଚ୍ଚ ଗତ ଦୀର୍ଘ ବାଇଶି ବର୍ଷ ପରେ ଆଜି ଖୋଲିଛି।ଏହି ଚର୍ଚ୍ଚ ଖୋଲିବାରୁ ଅଞ୍ଚଳବାସୀ ଆନନ୍ଦର ସହ ମିଳିତ ପ୍ରାର୍ଥନା କରିଛନ୍ତି ଚର୍ଚ୍ଚ ମଧ୍ୟରେ।ଏହି ମିଳିତ ପ୍ରାର୍ଥନା ରେ ମୁଖ୍ୟ ବିଷପ ଉପସ୍ଥିତ ଥିବା ସହ ଅନେକ ଧର୍ମ ଯାଜକ ମଧ୍ୟ ଉପସ୍ଥିତ ଥିଲେ।ଏମାନଙ୍କ ସମେତ ହଜାର ହଜାର ଖ୍ରୀଷ୍ଟ ଧର୍ମମ୍ବଲମ୍ବୀ ପୁରୁଷ ମହିଳା ଶିଶୁ ଉପସ୍ଥିତ ରହି ଦୀର୍ଘ ଦିନ ପରେ ଚର୍ଚ୍ଚ ଖୋଲିବା ସହ ବଡ଼ ଧରଣର ମିଳିତ ପ୍ରାର୍ଥନା ଅନୁଷ୍ଠିତ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ।ଏହି ମିଳିତ ପ୍ରାର୍ଥନା ମୋହନା ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା ଙ୍କ ଉପସ୍ଥିତିରେ କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହେବା ସହ ଶାନ୍ତିଶୃଙ୍ଖଳାର ସହ ଚର୍ଚ୍ଚ ଖୋଲିବା ସଙ୍ଗେ ମିଳିତ ପ୍ରାର୍ଥନା ଶେଷ ହୋଇଥିବାରୁ ଅଞ୍ଚଳ ବାସୀ ପୁରା ଖୁସି ଥିବା ଦେଖିବାକୁ ମିଳିଛି।ମୋହନା ଥାନା ଅଧିକାରୀ ଉପସ୍ଥିତ ଧର୍ମ ମୁଖିଆ ଙ୍କ ସମେତ ଉପସ୍ଥିତ ଜନସାଧାରଣଙ୍କୁ ସୁବେଛା ପ୍ରଦାନ କରିଛନ୍ତି।