ଖବର ଆଜିର
ତାରିଖ ୦୨/୦୨/୨୦୨୩ ଗୁରୁବାର ।
୧-କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ୪୫ ଲକ୍ଷ କୋଟି ଟଙ୍କାର ସାଧାରଣ ବଜେଟ୍ ଆଗତ କରିଛନ୍ତି। ସାରା ବିଶ୍ବ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଅଭିବୃଦ୍ଧି ଜାରି ରଖିବା ଲାଗି ଉଦ୍ୟମ କରିଛନ୍ତି।
୨-ଆଗାମୀ ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ।ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି ।
୩-୭ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ଆୟରେ ଦେବାକୁ ପଡିବନି କୌଣସି ଟ୍ୟାକ୍ସ : ଟ୍ୟାକ୍ସକୁ ନେଇ ବଡ ଘୋଷଣା ।
୪-ଏହି ବଜେଟ୍ ସମସ୍ତ ବର୍ଗକୁ ବେଶ ସୁହାଇବ, ଜୀବନ ମାନଦଣ୍ଡରେ ସୁଧାର ଆସିବ: ପ୍ରଧାନମନ୍ତ୍ରୀ ମୋଦୀ ।
୫-ପୂର୍ବତନ ମନ୍ତ୍ରୀ ନବ ଦାସ ମୃତ୍ୟୁ: ଅଭିଯୁକ୍ତ ଗୋପାଳର ହେବ ଫରେନସିକ ସାଇକୋଲୋଜିକାଲ ଆସେସମେଣ୍ଟ ଓ ଲେୟାର୍ଡ ଭଏସ୍ ଆନାଲିସିସ୍ ଟେଷ୍ଟ ।
୬-ଆସିଲା ମନ୍ତ୍ରୀ ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ: ହୃତପିଣ୍ଡରେ ଆଘାତ ଲାଗିବା ଯୋଗୁଁ ମୃତ୍ୟୁ ହୋଇଥିବା କ୍ରାଇମବ୍ରାଞ୍ଚର ସୂଚନା ।
୭-ପଶ୍ଚିମବଙ୍ଗ ପୁଲିସ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପରେଶ ରାୱଲ୍ ।
୮-କାଶ୍ମୀରରେ କାଳ ହେଉଛି ପ୍ରବଳ ତୁଷାରପାତ: ଗୁଲମର୍ଗରେ ବଡ ଧରଣର ହିମସ୍ଖଳନ ।
୯-ଚୀନ ହାଇଟେକ୍ନୋଲୋଜିର ମିଳିତ ମୁକାବିଲା କରିବେ ଭାରତ-ଆମେରିକା: ଦୁଇ ଦେଶ ମଧ୍ୟରେ ସ୍ୱାକ୍ଷର ଆଇସିଇଟି ବୁଝାମଣା ।
୧୦-୨୦୨୩-୨୪ ବଜେଟ୍କୁ ଅମୃତ କାଳ ନୁହେଁ ‘ମିତ୍ର କାଳ’ର କହିଲେ ରାହୁଲ ଗାନ୍ଧି, ଖୋଜିଲେ ଭବିଷ୍ୟତର ଭିଜନ ।
୧୧-ଆଦାନୀଙ୍କୁ ମହଙ୍ଗା ପଡିଲା ହିଣ୍ଡେନବର୍ଗ ରିପୋର୍ଟ: ବିଶ୍ୱ ଧନୀ ତାଲିକାର ୩ ନମ୍ବରରୁ ୧୫ ନମ୍ବର ସ୍ଥାନକୁ ଖସିଲେ ଗୌତମ ଅଦାନୀ ।
୧୨-ବଜେଟ ଦିନରେ ବଢିଲା ସେୟାର ମାର୍କେଟ୍ । ସେନସେକ୍ସରେ ୧୫୮ ପଏଣ୍ଟ ବୃଦ୍ଧି ।
୧୨-ଆମେରିକା ଭ୍ରମଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ନିମନ୍ତ୍ରଣ।
୧୩-ଫେବୃୟାରୀ ୬ରେ ହେବ ଦିଲ୍ଲୀ ଏମସିଡି ମେୟର ନିର୍ବାଚନ, ପୂର୍ବରୁ ହୋହାଲ୍ଲା ଯୋଗୁଁ ୨ ଥର ହୋଇଛି ସ୍ଥଗିତ ।
୧୪-ଅର୍ଥମନ୍ତ୍ରୀ ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରୁଥିବା ବେଳେ ଦର୍ଶକ ଗ୍ୟାଲେରିରେ ବସି ଦେଖୁଥିଲେ ଝିଅ ।
୧୫-ପୁଣି ଭାରତର ୧ ନମ୍ବର ଧନୀ ହେଲେ ମୁକେଶ ଅମ୍ବାନୀ, ଆଦାନୀ ହରାଇଲେ ୧୩ ବିଲୟନ ଡଲାର ।
୧୬-ସର୍ବସ୍ପର୍ଶୀ ବଜେଟ୍, ଆଗାମୀ ୨୫ ବର୍ଷକୁ ନଜରରେ ରଖି ଏହାକୁ କଳ୍ପନା କରାଯାଇଛି: ଧର୍ମେନ୍ଦ୍ର ପ୍ରଧାନ।
୧୭-ଓଲିଉଡ୍ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ । ସେ ଯକୃତ ରୋଗରେ ପୀଡ଼ିତ ଏବଂ ତାଙ୍କ ଅବସ୍ଥା ଗୁରୁତର ରହିଛି ।ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସିତ ହେଉଛନ୍ତି । ଖୁବ୍ ଶୀଘ୍ର ତାଙ୍କୁ ଦିଲ୍ଲୀ ନେଇ ଯକୃତ ପ୍ରତିରୋପଣ କରିବାକୁ ପରାମର୍ଶ ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର ।
୧୮-ଝାରପଡ଼ା ଜେଲରେ ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ ।
୧୯-ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ।
୨୦-ଖଣ୍ଡଗିରି-ଉଦୟଗିରି ମହୋତ୍ସବ ଉଦ୍ଘାଟିତ: ମନମୋହିଲା ପୁରୁଣା ଗୀତର ରିମିକ୍ସ ।
୨୧-ପଦୋନ୍ନତି ଅଦାଲତ ଆରମ୍ଭ: ପ୍ରଥମ ଦିନରେ ୩୦୮ଜଣଙ୍କୁ ପଦୋନ୍ନତି ଦେବାକୁ ସୁପାରିସ ।
୨୨-କମ୍ବ୍ୟାକ୍ରେ ଇତିହାସ ରଚିଲେ ଶାରରୁଖ ଖାନ୍: ‘ପଠାନ୍’ ପ୍ରଥମ ସପ୍ତାହରେ ରୋଜଗାର କଲା ୬୦୦ କୋଟି ।
୨୩-ଡିସେମ୍ବରରେ ବ୍ୟାନ୍ ହୋଇଛି ୩୬.୭୭ ଲକ୍ଷ ଆକାଉଣ୍ଟ, ମାସିକ ରିପୋର୍ଟରେ ଦର୍ଶାଇଲା ହ୍ବାଟ୍ସଆପ୍ ।
୨୪-ଶୁଭମନ ଗିଲ୍ ଓ ହାର୍ଦିକ ପାଣ୍ଡ୍ୟାଙ୍କ ଦମଦାର ପ୍ରଦର୍ଶନ, ତୃତୀୟ ଟି-୨୦ ମ୍ୟାଚ୍ ଜିତି ସିରିଜ କବଜା କଲା ଭାରତ ।
୨୫-ତଲାକ୍ ପାଇଁ କେବଳ ଫ୍ୟାମିଲି କୋର୍ଟ ଯାଇପାରିବେ ମୁସଲିମ୍ ମହିଳା: ମାଡ୍ରାସ୍ ହାଇକୋର୍ଟ ।
ସୁପ୍ରଭାତ ,ଶୁଭ ସକାଳ ।
