August 19, 2026

ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ଦ୍ଵାରା ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା ମହୋତ୍ସବ

WhatsApp Image 2023-02-02 at 07.13.08
Share

ସଙ୍ଗୀତ ମୂର୍ଚ୍ଛନା ଓ ଓଡିଶା ସଂସ୍କୃତି କଳା ଏକାଡେମୀ ସହାୟତାରେ ଓଡ଼ିଶାର କୋଣ ଅନୁକୋଣରେ ୪୦୦ ଜଣ ସୁ ପ୍ରତିଭା ମାନଙ୍କୁ ଭଞ୍ଜ କଳା ମଣ୍ଡପ ଠାରେ ସମ୍ବର୍ଦ୍ଧିତ କରା ଯାଇଛି ଅନୁଷ୍ଠାନର ପ୍ରତିଷ୍ଠାତା ଓ ସଭାପତି ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଦିନେଶ କୁମାର ମଲ୍ଲିକଙ୍କ ସଂଯୋଜନାରେ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ନିର୍ଦେଶକ ଶ୍ରୀଯୁକ୍ତ ଦରଞ୍ଜନ କୁମାର ଦାସ ମୁଖ୍ୟ ବକ୍ତାଭାବେ ବିଶିଷ୍ଟ ଗୀତିକାର ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀକାନ୍ତ ଗୌତମ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ଚଳଚିତ୍ର ନିର୍ଦ୍ଦେଶକ ଅଶୋକ କୁମାର ମଲ୍ଲିକ,
ତୁଳସୀରତ୍ନ ସମ୍ମାନ ରେ ସଂସ୍କୃତି ନିର୍ଦେଶକ ରଞ୍ଜନ କୁମାର ଦାସ,ଶ୍ରୀକାନ୍ତ ଗୌତମ, ଅଶୋକ ମଲ୍ଲିକ,ସୁଧାକର ମିଶ୍ର,ବିଷ୍ଣୁମୋହନ କବି,ଗୀତା ଦାସ, ଏନ୍ଜେଳା ମିଶ୍ର,କୁମାର ଦିଲ୍ଲିପ,ସୌଭାଗ୍ୟ ପତି, ଜ୍ୟୋତିର୍ମୟ କାନୁନଗୋ, କୈଳାସ ପାତ୍ର ପ୍ରମୁଖ ୪୦ ଜଣ ଆଗ ଧାଡିର କଳାକାରଙ୍କୁ ତୁଳସୀରତ୍ନ ଆୱ୍ୱାର୍ଡ ରେ ସମ୍ବର୍ଦ୍ଧିତ କରା ଯାଇଛି ଓଡିଶାର କୋଣ ଅନୁକୋଣରେ ଥିବା ଲୁକ୍କାୟିତ ପ୍ରତିଭା ମାନଙ୍କୁ ଚିହ୍ନଟ କରି ୧୫୦ ଜଣଙ୍କୁ ଓଡ଼ିଶାରତ୍ନ ଆୱାର୍ଡ ରେ ସମ୍ମାନୀତ କରାଯାଇଥିବା ବେଳେ ଜିଲ୍ଲାରତ୍ନ ଆୱାର୍ଡ ରେ୧୦୦ ଜଣଙ୍କୁ ,ସଙ୍ଗୀତ ମୂର୍ଚ୍ଛନା ଆୱାର୍ଡ ରେ ୫୦ ଜଣଙ୍କୁ,ଗୁରୁଶ୍ରୀ ସମ୍ମାନରେ ୧୫ ଜଣଙ୍କୁ ଓକା ମ୍ୟୁଜିକ ପ୍ରସ୍ତୁତି ଗୀତ ନୃତ୍ୟ ଅଭିନୟ ଓ ଚିତ୍ରକଳାର ଅନ୍ ଲାଇନ୍ ମେଗା ଅଡିଶନରେ ଟପ୍ ଟେନ୍ ଟପର ମାନଙ୍କୁ ଟପ୍ ଟେନ୍ ଆୱାର୍ଡ ୩୫ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ଅନୁଷ୍ଠାନର ମୁଖ୍ୟ ବସନ୍ତ କୁମାର ଦାସ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇ ସଫଳ କରିଥୂବାରୁ ଓଡିଶାର ବିକାଶ ପାଇଁ କାର୍ଯ୍ୟ କରୁଥିବାରୁ ସମସ୍ତ କଳାକାର ଭୂୟସୀ ପ୍ରଶଂସା କରିଛନ୍ତି
ନୂଆ ନୂଆ ପ୍ରତିଭା ଙ୍କୁ ସୁଯୋଗ ସୃଷ୍ଟି କରିବା ଓ ସମ୍ମାନ ପ୍ରଦାନକରିବା ଏକ ମହାନ ବ୍ୟକ୍ତିତ୍ୱ
ଶ୍ରୀ ଦାସ ସୂଚନା ଦେଇଛନ୍ତି ଅପ୍ରେଲ ମାସରେ ଜଗନ୍ନାଥଧାମ ପୁରୀ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହେବ ଏହି ଉତ୍ସବରେ ଓଡ଼ିଆରୁ ଯୋଗ୍ଯ କଳାକାର ଓ ସୁଦକ୍ଷ ବ୍ୟକ୍ତି ମାନଙ୍କୁ ଶ୍ରୀ କ୍ଷେତ୍ର ସମ୍ମାନ ଓ ଶଙ୍ଖ କ୍ଷେତ୍ର ସମ୍ମାନରେ ଓଡିଶାରୁ ୨୦୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ ଓ ତୁଳସୀରତ୍ନ ସମ୍ମାନ୫୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯିବ ।।
ଶ୍ରୀ କ୍ଷେତ୍ର ସମ୍ମାନରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ସମ୍ମାନିତ କରାଯିବ ।।
ରିପୋର୍ଟ – ଗୋକୁଳ ଆଚାର୍ଯ୍ୟ