March 12, 2026

ରାଜ୍ୟ ସ୍ତରୀୟ ସ୍ବାୟତ୍ତ ଶାସନ ଦିବସ ରେ ବଡ଼ ଘୋଷଣା: ୭ଟି ନୂଆ ପୌରପାଳିକା ଓ ୧୬ ଟି ଏନ ଏ ସି ଗଠିତ ..

IMG-20250831-WA0108
Share

 

 

 

ଭୁବନେଶ୍ବର ( ଦେବାଶିଷ ଦାଶ )

ରାଜ୍ୟସ୍ତରୀୟ ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୭ଟି ନୂଆ ପୌରପାଳିକା ଓ ୧୬ଟି ଏଏନଏସି ଗଠିତ ହୋଇଛି।

ବୌଦ୍ଧ, କରଞ୍ଜିଆ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ପୌରପାଳିକାର ମାନ୍ୟତା ଦିଆଯାଇଛି।

ଯେଉଁ ନୂଆ ଏନ୍‌ଏସି ଘୋଷଣା କରାଯାଇଛି, ସେଗୁଡ଼ିକ ହେଲା ବଲାଙ୍ଗୀର ଜିଲ୍ଲାର ଲୋଇସିଂହା, ବରଗଡ଼ ଜିଲ୍ଲାର ସୋହେଲା, କଟକ ଜିଲ୍ଲାର ବଡ଼ମ୍ବା, ନରସିଂହପୁର ଏବଂ ସାଲେପୁର, ଢେଙ୍କାନାଳ ଜିଲ୍ଲାର ଗଁଦିଆ, ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ ଏବଂ ପାତ୍ରପୁର, ଯାଜପୁର ଜିଲ୍ଲାର ଚଣ୍ଡୀଖୋଲ, କଳାହାଣ୍ଡି ଜିଲ୍ଲାର ନର୍ଲା ଏବଂ ଜୟପାଟଣା, ଖୋର୍ଦ୍ଧା ଜିଲ୍ଲାରୁ ଟାଙ୍ଗୀ, କୋରାପଟୁ ଜିଲ୍ଲାର ବୋରିଗୁମ୍ମା, ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା, ଯଶୀପୁର ଓ ରାସଗୋବିନ୍ଦପୁର। ସେହିପରି ବର୍ତ୍ତମାନ ଏନଏସି ଥିବା ମୟୂରଭଞ୍ଜର କରଞ୍ଜିଆକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରାଯାଇଛି । ଏହାସହ ବୌଦ୍ଧ ଜିଲ୍ଲାର ବୌଦ୍ଧ, ଗଞ୍ଜାମ ଜିଲ୍ଲାର ସର୍ବାଧିକ ଭଞ୍ଜନଗର, ଆସ୍କା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂଆ ମ୍ୟୁନିସିପାଲଟି ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।