ଚଇତି ପୁଣି ଆସନ୍ତା କାଲିଠାରୁ ଯୋଗଦେବେ ଅସୀମା ପଣ୍ଡା ଓ ମଣ୍ଠୁ ଛୁରିଆ ଲ
ରାୟଗଡ:-(ସୁରେନ୍ଦ୍ର ମହାନ୍ତି )ତା. ୧/୦୧- ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହଙ୍କ ଦେହାନ୍ତ ପରେ ଭାରତ ସରକାରଙ୍କ ୭ଦିନିଆ ଶୋକ ପାଳନ ଯୋଗୁଁ ଚଇତି ଲୋକ ମହୋତ୍ସବ ସ୍ଥଗିତ ରାଜହଯାଇଥିଲା l ଏହା ପୁଣି ଆସନ୍ତା ତା ୦୨/ ୦୧/ ୨୦୨୫ରିଖ ଦିନ ଠାରୁ ଆସନ୍ତା ୪/୦୧/୨୦୨୫ ରିଖ ଯାଏଁ ୩ଦିନ ଚାଲିବ l ଆସନ୍ତା ୨ତାରିଖରେ ସ୍ଥାନୀୟ କଳାକାର ସହିତ ସୁନାମଧନ୍ୟ କଣ୍ଠ ଶିଳ୍ପୀ ଅସୀମା ପଣ୍ଡା ଓ ତାଙ୍କ ସାଥି କଳାକାର ପରିବେଷଣ କରିବେ l ସେହିପରି ଆସନ୍ତା ତିନି ତାରିଖରେ ସ୍ଥାନୀୟ କଳାକାର ମାନେ ପରିବେଷଣ କରିବେ l ସେହିପରି ଆସନ୍ତା ୪ତାରିଖରେ ଅର୍ଥାତ ଶେଷ ଦିବସରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ କଳାକାର ମତୁଛୁରୀଆ ଓ ସାଥି କଳାକାର ମାନେ ପରିବେଷଣ କରିବେ l ପଲିଶ୍ରୀ ମେଳା ଓ ଉନ୍ନୟନ ପ୍ରଦର୍ଶନୀ ଚାଲୁ ରହିଛି l
ଏହି ମହୋତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରିବାକୁ ଅନୁରୋଧ କରାଯାଉଛି l
