November 17, 2026

ଉଦ୍ଧବ ଭଗବାନଙ୍କ ନିତ୍ୟସିଦ୍ଧ ଭକ୍ତ ଥିଲେ

IMG-20250101-WA0082
Share

 

ନୀଳଗିରି -( ଦେବାଶିଷ ଦାଶ )

ଜୀବର ସୁପ୍ତ ପ୍ରବୃତ୍ତିକୁ ଜାଗ୍ରତ କରିବା ହେଉଛି ଧର୍ମ ଉପଦେଶର ଲକ୍ଷ୍ୟ ଅଟେ । ଭଗବାନଙ୍କ ସେବା କେବେ ପ୍ରାକୃତ ସେବା ନୁହେଁ । ଭକ୍ତର ସେବା ମନୋବୃତ୍ତି କ୍ରମଶଃ ବୃଦ୍ଧିପାଏ, ମାତ୍ର ହ୍ରାସ ପାଏନାହିଁ । ଭଗବାନଙ୍କ ଦିବ୍ୟସେବାରେ କ୍ଳାନ୍ତି ନଥାଏ , କାରଣ ଅପ୍ରାକୃତ ସ୍ଥିତିରେ ଯେଉଁ ସେବା କରାଯାଏ, ତାହା କ୍ଳାନ୍ତିଦାୟକ ହୁଏ ନାହିଁ । ଉନ୍ନତ ଭକ୍ତ ନିକଟରେ ପ୍ରେମଭାବ ପ୍ରକଟିତ ହୁଏ । ଅଶ୍ରୁ, କମ୍ପନ, ସ୍ୱେଦ, ରୋମାଞ୍ଚ, ବେପଥୁ, ସ୍ୱରଭଙ୍ଗ ଆଡି ଭେଦରେ ଆଠପ୍ରକାର ସାତ୍ତ୍ୱିକ ଭାବ ଭକ୍ତନିକଟରେ ସ୍ଥାନିତ ହୋଇଥାଏ । ଭକ୍ତିମାର୍ଗରେ ସର୍ବଦା ଵୈଧୀମାର୍ଗ, ଭାବଭକ୍ତି ମାର୍ଗ ଓ ତୃତୀୟ ବା ଅନ୍ତିମ ସ୍ତର ହେଉଛି ପ୍ରେମମାର୍ଗ, ଯାହା ଶରୀରର ଦିବ୍ୟ ସାତ୍ତ୍ୱିକଭାବ ପ୍ରକାଶ କରାଏ । ଭଗବତ୍ ପ୍ରେମସ୍ତରରେ ସ୍ନେହ, ମାନ ଓ ପ୍ରଣୟ ଭକ୍ତକୁ ମହଭାବ ସ୍ତରକୁ ଆଣେ । ସର୍ବୋପରି ସମସ୍ତ ଧନ, ସମସ୍ତ ବଳବୀର୍ଯ୍ୟ , ସମସ୍ତ ଯଶକୀର୍ତ୍ତି, ସମସ୍ତ ସୌନ୍ଦର୍ଯ୍ୟ , ସମସ୍ତ ଜ୍ଞାନ ଓ ସମସ୍ତ ତ୍ୟାଗ ଭଗବାନଙ୍କର ଷଡଐଶ୍ୱର୍ଯ୍ୟ ଅଟେ ବୋଲି ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାର ଦ୍ବାରା ଆୟୋଜିତ ଭାଗବତ ସପ୍ତାହର ବତିଶ ନମ୍ବର ସନ୍ଧ୍ୟାରେ ଭାଗବତର ତୃତୀୟ ସ୍କନ୍ଦର ଦ୍ଵିତୀୟ ଅଧ୍ୟାୟ ଆଲୋଚନା ପରିପ୍ରେକ୍ଷୀରେ ଆଲୋଚକ ଡ. ପ୍ରଦୀପ୍ତ କୁମାର ମିଶ୍ର ପ୍ରକାଶ କରିଥିଲେ । ପ୍ରାରମ୍ଭରେ ଶିକ୍ଷାବିତ୍ ରତିରଞ୍ଜନ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଆଭାସୀ ଆଲୋଚନାଚକ୍ରରେ ସ୍ବାଗତ ସଙ୍ଗୀତରେ ସୁଶ୍ରୀ ନିବେଦିତା ମହାପାତ୍ର ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ପଣ୍ଡିତ ଗୋବର୍ଦ୍ଧନ ପ୍ରଧାନ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିବାବେଳେ ସୁଶ୍ରୀ ମାମାଲି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏଥିରେ ବହୁ ସଂଖ୍ୟକ ଶ୍ରୋତାଭକ୍ତ ଯୋଗଦାନ କରିଥିଲେ ।

You may have missed