ନୂଆଁ ବର୍ଷରେ ବୁଦ୍ଧଖୋଲରେ ପର୍ଯ୍ୟଟକଙ୍କ ଭିଡ
ବୁଗୁଡ଼ା : ତା ୦୧/୦୧/୨୪ : ଇଂରାଜୀ ନବ ବର୍ଷର
ଆଦ୍ୟ ଦିବସରେ ଏଠାକାର ଐତିହାସିକ ଶୈବପୀଠ
ତଥା ପର୍ଯ୍ୟଟନସ୍ଥଳୀ ବୁଦ୍ଧଖୋଲରେ ଶ୍ରଦ୍ଧାଳୁଙ୍କ ପ୍ରବଳ
ଭିଡ ପରିଲକ୍ଷିତ ହୋଇଥିଲା । ବୁଦ୍ଧଖୋଲର ପଞ୍ଚଶମ୍ଭୁ
ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ
ପାଦଦେଶସ୍ଥ ଶିବପାର୍ବତୀଙ୍କ ମୂର୍ତ୍ତି ନିକଟରେ
ପର୍ଯ୍ୟଟକଙ୍କ ଗହଳି ଲାଗି ରହିଥିଲା । ଏଥସହ ସୁଉଚ୍ଚ
ହନୁମାନ ମୂର୍ତ୍ତି ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ
ପାଲଟି ଥିଲା । ବହୁ ସଂଖ୍ୟକ ପର୍ଯଟକ ଜଳ ପ୍ରପାତ
ସ୍ନାନର ମଜା ଉଠାଉ ଥିବାବେଳେ ଅଧିକାଂଶ ପର୍ଯ୍ୟଟକ
“ଆଇ ଲଭ୍ ବୁଦ୍ଧଖୋଲ” ଲେଖା ନିକଟରେ ନିଜ ନିଜର
ଫଟୋ ଉତ୍ତୋଳନ କରି ଆନନ୍ଦିତ ହେଉଥିଲେ |
ଫଳରେ ବୁଦ୍ଧଖୋଲ ପାଦଦେଶ ଲୋକାରଣ୍ୟରେ
ପରିଣତ ହୋଇଯାଇଥିଲା । ତେବେ ସେଠାରେ ଶାନ୍ତି
ଶୃଙ୍ଖଳା ରକ୍ଷା ଏବଂ ଯାନବାହାନ ନିୟନ୍ତ୍ରଣ ପାଇଁ
ବୁଦ୍ଧଖୋଲ ଉନ୍ନୟନ ସମିତି ପକ୍ଷରୁ ସୁବନ୍ଦୋବସ୍ତ
କରାଯାଇଥିଲା । ସେହିପରି ନୂତନ ବର୍ଷର ପହିଲି
ଦିନରେ ବୁଗୁଡ଼ା ସହରର ବିରଞ୍ଚି ନାରାୟଣ ମନ୍ଦିର
ଏବଂ ବଳଦେବ ମନ୍ଦିରରେ ଠାକୁର ଦର୍ଶନ ପାଇଁ ଭକ୍ତଙ୍କ
ଭିଡ ଦେଖିବାକୁ ମିଳିଥିଲା ।
