ଉମରକୋଟ ବ୍ଲକରେ ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…………..
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଉମରକୋଟ ବ୍ଲକର ସାତଟି ସ୍ଥାନରେ ଚଉଦଟି ପ୍ରଶିକ୍ଷଣ କେନ୍ଦ୍ରରେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ପାଚିକା ଓ ସହାୟିକା ମାନଙ୍କ ପ୍ରଶିକ୍ଷଣ ଗତ ତିରିଶି ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି । ଉମରକୋଟ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ବିକାଶ ଚନ୍ଦ୍ର ସରକାରଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ୬୪୦ ଜଣ ପାଚିକା ଓ ସହାୟିକା ଅଂଶ ଗ୍ରହଣ କରିଥିଲେ । ଜାମୁରୁଣ୍ଡା, କୁର୍ଶି, ବେହେଡା, ସିଙ୍ଗିସାରି, ଭଣ୍ଡାରିଗୁଡ଼ା, ସଦାଶିବ ସୁକୁମାର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉମରକୋଟ ଠାରେ ଆୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସାଧନକର୍ମୀ ଶ୍ରୀଯୁକ୍ତ ନରେଶ ପଟ୍ଟନାୟକ, ଶ୍ରୀଯୁକ୍ତ ନିତାଇ ମଣ୍ଡଳ, ଶ୍ରୀଯୁକ୍ତ ସୁନିଲ କୁମାର ନାୟକ, ଶ୍ରୀଯୁକ୍ତ ତ୍ରିପତି ପଟ୍ଟନାୟକ, ଶ୍ରୀଯୁକ୍ତ ଧନେଶ୍ଵର ପୁହାଣ, କାହ୍ନୁ ମିଶ୍ର, ସତ୍ୟେନ୍ଦ୍ର ରାଉତ ପ୍ରମୁଖଙ୍କ ପ୍ରଶିକ୍ଷଣରେ ସମ୍ପାଦିତ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟକ୍ଷ ରୂପେ ତଦାରଖ ଓ ପରିଚାଳନା କରିଥିଲେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ପୁରୁଷୋତ୍ତମ ମାଝୀ ଓ ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ବାଘ । ପ୍ରଶିକ୍ଷଣ କେନ୍ଦ୍ର ଗୁଡିକରେ ସର୍ବ ପ୍ରଥମେ ପାଚିକା ଓ ସହାୟିକା ମାନଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱାସ୍ଥ୍ୟକର ରନ୍ଧା ଖାଦ୍ୟର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା ଏବଂ ଶ୍ରେଷ୍ଠ ବିବେଚିତ ଖାଦ୍ୟକୁ ପୁରସ୍କୃତ କରିବାକୁ ଘୋଷଣା କରାଯାଇଥିଲା। ଏହାପରେ ବିଦ୍ୟାଳୟ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଫର୍ତିଫାଇଡ ଚାଉଳର ଉତ୍ତମ ବିନିଯୋଗ, ରନ୍ଧନ ପ୍ରଣାଳୀ ତଥା ଗୁଣାତ୍ମକ ବୈଶିଷ୍ଟ୍ୟ ଗୁଡ଼ିକୁ ଉପସ୍ଥାପନ କରାଯିବା ସହ ଏହି ସମ୍ପର୍କିତ ଭ୍ରମାତ୍ମକ ଅପପ୍ରଚାରକୁ ସଠିକ୍ ରୂପେ ବୁଝାଇ ଦିଆଯାଇଥିଲା। ପରେ ପରେ ମଧ୍ୟାହ୍ନ ଭୋଜନ କ୍ଷେତ୍ରରେ ପରିମଳ, ଉପଯୁକ୍ତ ସଂରକ୍ଷଣ ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା। ସେହିପରି ପାଚିକା ଓ ସହାୟିକାମାନଙ୍କୁ ଆପ୍ରୋନ ଓ ରନ୍ଧନ ସମୟର ଟୋପି ବଣ୍ଟନ କରାଯିବା ସହ ସେମାନଙ୍କୁ ମଧ୍ୟାହ୍ନ ଭୋଜନ ସମ୍ବନ୍ଧୀୟ ଅନଲାଇନ୍ ତାଲିମ ପ୍ରାପ୍ତ କରିବା ପାଇଁ ପ୍ରୋତ୍ସାହିତ କରାଯାଇଥିଲା। ଅପରାହ୍ନରେ ନବରଙ୍ଗପୁର ଜିଲ୍ଲା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ରେଶମଲାଲ ନାୟକ ବିଭିନ୍ନ କେନ୍ଦ୍ର ପରିଦର୍ଶନ କରି କୁନି କୁନି ଛାତ୍ର ଛାତ୍ରୀ ମାନଙ୍କୁ ସଠିକ ପୋଷଣ କରିବା ଭଳି ଏକ ଅପୂର୍ବ କାର୍ଯ୍ୟ ବିଷୟରେ ପ୍ରଶିକ୍ଷାର୍ଥୀଙ୍କୁ ଅବଗତ କରାଇଥିଲେ। ଉଦଘାଟନ ଅବସରରେ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ସରକାର ପାଚିକା ସହାୟିକା ମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ବର୍ଣ୍ଣନା କରିଥିଲେ। ଶେଷରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ସମସ୍ତ ଶିବିର କାର୍ଯ୍ୟକ୍ରମ ଗୁଡ଼ିକୁ କ୍ରିୟାଶୀଳ କରିବାରେ ସହାୟତା କରିଥିଲେ ବ୍ଲକ ମଧ୍ୟାହ୍ନ ଭୋଜନ ସଂଯୋଜକ ଶ୍ରୀଯୁକ୍ତ ସତ୍ୟ ବେହେରା ଓ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଅସୀମ କୁମାର ବିଶ୍ଵାସ ।ଶିବିର ଗୁଡିକରେ ପ୍ରଶିକ୍ଷଣ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ ସର୍ବଶ୍ରୀ ଧନୁର୍ଜୟ ରାଓ, ଅଜିତ ବିଶ୍ୱାସ, ଦିଲୀପ ରଜକ ଦାସ, ମୋତିରାମ ଗଣ୍ଡ, ରାଜେନ୍ଦ୍ର ଭାତ୍ର, ବନୁ ପନକା , ହେମନ୍ତ ସାହୁ, ସନ୍ତୋଷ ସାହୁ, ମଧୁସୂଦନ ଜେନା, ଦମ୍ବୁରୁ ହରିଜନ, ସମୀର ଗନ୍ତାୟତ, ବିଷ୍ଣୁ ସାହୁ, ଶିବାନନ୍ଦ ମାଟିଆ, ମନୋଜ ବେହେରା, ସୋମନାଥ ବେହେରା ପ୍ରମୁଖ ସାଧନ କେନ୍ଦ୍ର ସଂଯୋଜକ ମାନେ ।
