November 16, 2026

ରାଧେଶ୍ୟାମ ଫାଉଣ୍ଡେସନ ପକ୍ଷରୁ ଗରିବ ମହିଳାଙ୍କୁ ନୂତନ ବସ୍ତ୍ର ବଣ୍ଟନ

IMG-20250101-WA0075
Share

ଛତ୍ରପୁର -୧/୧/୨୦୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ସହରରେ ଥିବା ରାଧେଶ୍ୟାମ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ନୂତନ ବର୍ଷ ପାଳନ କରାଯାଇଛି l ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସହରରେ ବସବାସ କରୁଥିବା ଗରିବ ମହିଳାଙ୍କୁ ନୂତନ ବସ୍ତ୍ର ବଣ୍ଟନ କରାଯାଇଛି l ଟ୍ରଷ୍ଟର ସଭାପତି ତଥା ଛତ୍ରପୁର ଏନଏସି ୧୦ନଂ ୱାର୍ଡର କାଉନସିଲର ଦେବାଶିଷ ମିଶ୍ରଙ୍କ ତତ୍ୱlବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଜି.ପାପା ରାଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ, ଟ୍ରଷ୍ଟର ସମ୍ପାଦିକା ଝିଲି ଵାଲା ରାଉତ,ସଦସ୍ୟ ସାମ୍ବାଦିକ ପ୍ରଶାନ୍ତ କୁମାର ମହାରଣା,ପ୍ରଶାନ୍ତ ଶତପଥି ପ୍ରମୁଖ ଯୋଗଦେଇ ପ୍ରାୟ ୫0ରୁ ଉର୍ଦ୍ଧ ଗରିବ ମହିଳାଙ୍କୁ ନୂତନ ବସ୍ତ୍ର ବଣ୍ଟନ କରିଥିଲେ l ଏହି ଚାରିଟେବଲ ବିଭିନ୍ନ ସମୟରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ଗରିବ ଝିଅର ବାହାଘର ସମୟରେ ଆର୍ଥିକ ରାଶି ସହାୟତା ପ୍ରଦାନ, ବିଭିନ୍ନ ଗ୍ରାମରେ ଶୀତଋତୁରେ ବୃଦ୍ଧବୃଦ୍ଧାଙ୍କୁ କମଳ ବଣ୍ଟନ ଭଳି କାର୍ଯ୍ୟକ୍ରମ ହାତକୁ ନେଇଥାନ୍ତି l ଟ୍ରଷ୍ଟର ଏଭଳି ପ୍ରୟାସକୁ ସହରରେ ବିଭିନ୍ନ ମହଲରେ ପ୍ରଶଂସାର ପାତ୍ର ହୋଇପାରିଛି l

You may have missed